ଭୂଗୋଳ (୨ୟ ଅଧ୍ୟାୟ) ଭୂଗୋଲକ
: ଅକ୍ଷାଂଶ ଓ ଦ୍ରାଘିମା
Ø ପୃଥିବୀର
ଆକାରକୁ ‘ପୃଥ୍ବୀରୂପ’ ବା ‘ଭୂ-ଆକୃତିକୀ’ କୁହାଯାଏ I
Ø ପୃଥିବୀର
ଅବିକଳ କ୍ଷୁଦ୍ର ପ୍ରତିରୂପକୁ ଗ୍ଲୋବ (Globe) ବା ଭୂଗୋଲକ କୁହାଯାଏ I
Ø ଗ୍ଲୋବରେ
ପୃଥିବୀପୃଷ୍ଠର ବିଭିନ୍ନ ଭୂମିରୂପ, ଜଳ ଓ ସ୍ଥଳଭାଗର ବଣ୍ଟନ,
ଦେଶ,ମହାଦେଶ ଆଦିର ଅବସ୍ଥିତି ଦର୍ଶଯାଇଥାଏ I
Ø ପୃଥିବୀର
ଉପରିସ୍ଥ ପ୍ରାନ୍ତବିନ୍ଦୁକୁ ଉତ୍ତର ମେରୁ ବା ସୁମେରୁ ଓ ଦକ୍ଷିଣ ପ୍ରାନ୍ତକୁ ଦକ୍ଷିଣ ମେରୁ ବା
କୁମେରୁ କୁହାଯାଏ I
Ø ପୃଥିବୀର
ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା କାଳ୍ପନିକ ଦଣ୍ଡଟିକୁ ଅକ୍ଷ କୁହାଯାଏ I
Ø ପୃଥିବୀ
ତା’ର କାଳ୍ପନିକ ଅକ୍ଷ ଚତୁର୍ପାର୍ଶ୍ବରେ ପଶ୍ଚିମରୁ ପୂର୍ବକୁ ଅନବରତ
ଘୂର୍ଣ୍ଣନକୁ ଆବର୍ତନ ଗତି କୁହାଯାଏ I
Ø ପୃଥିବୀ
ନିଜର ଆବର୍ତନ ଗତି ସହିତ ସୂର୍ଯ୍ୟ ଚାରିପାଖେ ଏକ ନିର୍ଦ୍ଧିଷ୍ଟ ପଥରେ ପ୍ରଦିକ୍ଷଣ କରିଥାଏ I ପୃଥିବୀର ଏହି ଗତିକୁ ପରିକ୍ରମଣ କୁହାଯାଏ I
Ø ପୃଥିବୀ
ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥକୁ କକ୍ଷ ପଥ (Orbit) କୁହାଯାଏ I
Ø ଗ୍ଲୋବର
ଅକ୍ଷ ଦଣ୍ଡ ଭୂପୃଷ୍ଠ ସହିତ ଲମ୍ବ ଭାବେ ନ ରହି ୬୬୧/୨
ଡିଗ୍ରୀ ଢଳି ରହିଥାଏ ,
ସେହିପରି ପୃଥିବୀର ଅକ୍ଷ ତାହାର କକ୍ଷ ତଳ ସହିତ ୬୬୧/୨ ଡିଗ୍ରୀ ଢଳି
ରହିଥାଏ I
Ø ପୃଥିବୀରେ
ଥିବା ଦେଶ,ମହାଦେଶ।ସାଗର,ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ
ବା ସ୍କେଲ ଅନୁଯାୟୀ ଗ୍ଲୋବରେ ଦର୍ଶାଯାଇଥାଏ I
·
ଅକ୍ଷାଂଶ
ଓ ଦ୍ରାଘିମା
Ø ଗ୍ଲୋବକୁ ଭଲ ଭାବେ ନିରୀକ୍ଷଣ କଲେ ତହିଁରେ ପରସ୍ପରକୁ ଛେଦ
କରୁଥିବା କେତୋଟି ରେଖା ଦେଖିବାକୁ ପାଇବା
Ø ଗ୍ଲୋବରେ
କିଛି ଅର୍ଦ୍ଧ ବୃତ୍ତIକାର ରେଖା ଉତ୍ତର-ଦକ୍ଷିଣ ଭାବେ ଉତ୍ତର ମେରୁ ଠାରୁ
ଦକ୍ଷିଣ ମେରୁ ଯାଏ ବିସ୍ତ୍ରୁତ ହୋଇଥାଏ ତ ଆଉ କିଛି
ବୃତ୍ତIକାର ରେଖା ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ
ଭାବରେ ଅଙ୍କିତ ହୋଇଛି I
Ø ଗ୍ଲୋବରେ
ଉତ୍ତର ଦକ୍ଷିଣ ରେଖାଗୁଡ଼ିକ ପୂର୍ବ-ପଶ୍ଚିମ ରେଖାଗୁଡ଼ିକୁ ସମକୋଣରେ ଛେଦ କରୁଥାନ୍ତି I ପୂର୍ବ-ପଶ୍ଚିମ ରେଖାଗୁଡ଼ିକୁ ସମIକ୍ଷ ରେଖା ବା ଅକ୍ଷାଂଶ ଓ
ଉତ୍ତର-ଦକ୍ଷିଣ ରେଖାଗୁଡ଼ିକୁ ଦ୍ରାଘିମା ରେଖା ବା
ମଧ୍ୟନ୍ଦିନ ରେଖା କୁହାଯାଏ I
Ø ପ୍ରତ୍ୟେକ
ସମIକ୍ଷ ରେଖା ବା ଦ୍ରାଘିମା ରେଖା ମାନଚିତ୍ରରେ ୧ ଡିଗ୍ରୀ ଲେଖାଏ
ବ୍ୟବଧାନରେ ଟଣାଯାଇଛି I ମୋଟରେ ୧୭୯ଟି ସମIକ୍ଷ ରେଖା ଓ ୩୬୦ଟି ଦ୍ରାଘିମା ରେଖା ରହିଛି I ଉତ୍ତର
ମେରୁ ଓ ଦକ୍ଷିଣ ମେରୁ ଗୋଟିଏ ଗୋଟିଏ ବିନ୍ଦୁ ହୋଇଥିବାରୁ ସେଠାରେ ସମାକ୍ଷ ରେଖା ଟଣା ଯାଇପାରିବ
ନIହିଁ I ତେଣୁ ଉଭୟ ଗୋଲାର୍ଦ୍ଧରେ ୮୯ଟି ଲେଖାଏ ରେଖା ସହ ବିଷୁବ ରେଖାକୁ
ମିଶାଇ ୧୭୯ଟି ସମାକ୍ଷ ରେଖା ରହିଥିବା ବେଳେ ୩୬୦ଟି ଦ୍ରାଘିମା ରେଖା ରହିଅଛି I
Ø ଗ୍ଲୋବରେ
ଭୂପୃଷ୍ଠ ନିମନ୍ତେ ଟଣା ଯାଇଥିବା ଅକ୍ଷାଂଶ ଓ ଦ୍ରାଘିମା ରେଖାଗୁଡିକ କେବଳ କାଳ୍ପନିକ ରେଖା ମାତ୍ର I
Ø ଭୁପୃଷ୍ଠାର
ବିଭିନ୍ନ ସ୍ଥାନ, ଭୌଗୋଳିକ ଅଞ୍ଚଳ ପ୍ରଭୃତିର ଅବସ୍ଥିତି ,
ଜଳବାୟୁ, ସମୟ ଇତ୍ୟାଦି ଅଧ୍ୟୟନ ଦୃଷ୍ଟିରୁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ଗୁରୁତ୍ଵ ରହିଅଛି I
Ø ପୂର୍ବ-ପଶ୍ଚିମ ସମାନ୍ତରାଳ ବୃତ୍ତକାର ରେଖାଗୁଡ଼ିକ
ମଧ୍ୟରୁ ସବୁଠାରୁ ବଡ ବୃତ୍ତକାର ରେଖା ଗ୍ଲୋବକୁ ଉତ୍ତର-ଦକ୍ଷିଣ ଭାଗରେ ଦୁଇ ସମାନ ଭାଗରେ
ବିଭକ୍ତ କରିଥାଏ I ଏହି
ବୃତ୍ତକାର ରେଖାକୁ ବିଷୁବ ବୃତ୍ତ ବା ନିରକ୍ଷ ବୃତ୍ତ କୁହାଯାଏ I
Ø ବିଷୁବ ବୃତ୍ତର ଉତ୍ତରକୁ ଉତ୍ତର ଗୋଲାର୍ଦ୍ଧ ଓ
ଦକ୍ଷିଣକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ I
Ø ବିଷୁବ ରେଖା ସହିତ ସମାନ୍ତରାଳ ଭାବେ ଅଙ୍କିତ ରେଖାଗୁଡ଼ିକ ବୃତ୍ତାକାର ହୋଇଥିବା ବେଳେ ଦ୍ରାଘିମା ରେଖାଗୁଡ଼ିକ
ଉପବୃତ୍ତକାର ଅଟେ I
Ø ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂକେନ୍ଦ୍ର ଠାରେ
ବିଷୁବ ରେଖା ସହ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ ଉଦାହରଣ
ସ୍ୱରୂପ ଓଡିଶାର କଟକ ଜିଲ୍ଲା ବିଷୁବ ରେଖା ସହ ---ଡିଗ୍ରୀ କୋଣ ଉତ୍ପନ୍ନ କରୁଥିବାରୁ ଏହି ସହରର
ଅକ୍ଷାଂଶ ହେଉଛି –ଡିଗ୍ରୀ I
Ø ଗୋଟିଏ ସମାକ୍ଷ ରେଖାରେ ଅବସ୍ଥିତ ସ୍ଥାନଗୁଡ଼ିକର
ଅକ୍ଷାଂଶ ସମାନ I
****୨୩୧/୨ ଡିଗ୍ରୀ ସମାକ୍ଷ ରେଖାରେ ଅବସ୍ଥିତ ଭାରତର ସ୍ଥାନଗୁଡ଼ିକୁ
ମାନଚିତ୍ରରୁ ଦେଖି ବାହାର କର I
Ø ଶୂନ ଡିଗ୍ରୀ ଅକ୍ଷାଂଶରେ ଅବସ୍ଥିତ ସ୍ଥାନଗୁଡିକୁ ସଂଯୋଗ
କରି ଯେଉଁ ବୃତ୍ତାକାର ରେଖା କଲ୍ପନା କରାଯାଇଛି ତାକୁ ପୃଥିବୀର ବିଷୁବ ବୃତ୍ତ ବା ନିରକ୍ଷ
ବୃତ୍ତ କୁହାଯାଏ I
Ø ଶୂନ ଡିଗ୍ରୀ ଅକ୍ଷାଂଶ ବା ବିଷୁବ ବୃତ୍ତରେ ଅବସ୍ଥିତ
ସ୍ଥାନଗୁଡିକୁ ଗ୍ଲୋବ/ମାନଚିତ୍ର ଦେଖି ତାଲିକା କର I
Ø ବିଷୁବ
ରେଖା ଠାରୁ ଉତ୍ତର ଓ ଦକ୍ଷିଣ ମେରୁ ପ୍ରତ୍ୟେକର କୌଣିକ ଦୁରତ୍ଵ ହେଉଛି ୯୦ ଡିଗ୍ରୀ I ଅର୍ଥାତ ,
ଉତ୍ତର ମେରୁ ଅକ୍ଷାଂଶକୁ ୯୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ମେରୁ ଅକ୍ଷାଂଶକୁ ୯୦ ଡିଗ୍ରୀ ଦକ୍ଷିଣ
ବୋଲି ଦର୍ଶାଯାଇଥାଏ I
Ø ଉଭୟ ଗୋଲାର୍ଦ୍ଧରେ ଅବସ୍ଥିତ ସ୍ଥାନଗୁଡ଼ିକର ଅକ୍ଷାଂଶକୁ
ଡିଗ୍ରୀ, ମିନିଟ ଓ
ସେକେଣ୍ଡ ମାଧ୍ୟମରେ ଦର୍ଶାଯାଇଥାଏ I ଉଦାହରଣ ସ୍ୱରୂପ; ଭୁବନେଶ୍ଵର –ଡିଗ୍ରୀ ଓ –ମିନିଟ ଉତ୍ତର ଅକ୍ଷାଂଶରେ ଅବସ୍ଥିତ I ତେଣୁ, ଏହାକୁ ସଂକ୍ଷେପରେ ---‘
ବୋଲି ଲେଖାଯିବ I
***ତୁମେ ରହୁଥିବା ଗ୍ରାମ ବା
ସହରର ଅକ୍ଷାଂଶ ଇଣ୍ଟରନେଟକୁ ବ୍ୟବହାର କରି ନିର୍ଣ୍ଣୟ କର I ସେହି ସମାନ ଅକ୍ଷାଂଶରେ ଅବସ୍ଥିତ ଅନ୍ୟାନ
ଦେଶଗୁଡ଼ିକୁ ଖୋଜି ବାହାର କର I
Ø ଗ୍ଲୋବକୁ ଲକ୍ଷ୍ୟ କଲେ ଆମେ ଜାଣିପIରିବା ଯେ ଉଭୟ ମେରୁ ଆଡକୁ କ୍ରମଶଃ
ସମାକ୍ଷ ରେଖାଗୁଡିକର ଆକାର କମି କମି ଯାଇଛି I
କେତେକ ମୁଖ୍ୟ ସମାକ୍ଷ ରେଖା
Ø ସବୁଠାରୁ ବଡ ସମାକ୍ଷରେଖI ହେଉଛି ବିଷୁବ ରେଖା ବା ବିଷୁବ ବୃତ୍ତ
(୦ ‘) I ଏହ ଭୁପୃଷ୍ଠର ମଧ୍ୟ ଭାଗରେ
ଅବସ୍ଥିତ I
Ø ଉତ୍ତର ଗୋଲାର୍ଦ୍ଧର ୨୩ ୧/୨ ସମାକ୍ଷ ରେଖାକୁ ‘କର୍କଟ
କ୍ରାନ୍ତି’ କୁହାଯାଏ I
Ø ଦକ୍ଷିଣ ଗୋଲାର୍ଦ୍ଧର ୨୩ ୧/୨ ଓ ୬୬୧/୨ ସମାକ୍ଷ ରେଖାକୁ ଯଥାକ୍ରମେ ମକର କ୍ରାନ୍ତି ଓ କୁମେରୁ ବୃତ୍ତ କୁହାଯାଏ
I
·
ପୃଥିବୀର ତାପମଣ୍ଡଳ
Ø ପୃଥିବୀର ତାପମଣ୍ଡଳକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା : ଗ୍ରୀଷ୍ମ ବା ଉଷ୍ମ ମଣ୍ଡଳ, ନାତିଶୀତୋଷ୍ଣ ମଣ୍ଡଳ ଓ ହିମ ମଣ୍ଡଳ I
Ø ପୃଥିବୀର
ଅକ୍ଷ ତା’ର କକ୍ଷ ତଳ ସହିତ ୬୬ ୧ /୨ ଡିଗ୍ରୀ ଢଳି ହୋଇ ସୂର୍ଯ୍ୟଙ୍କ ଚାରିପାଖେ ପରିକ୍ରମଣ
କରୁଥିବାରୁ କର୍କଟ କ୍ରାନ୍ତି ଓ ମକର କ୍ରାନ୍ତି ଉପରେ ସୂର୍ଯ୍ୟ ବର୍ଷକୁ ଥରେ ଏବଂ ସେମାନଙ୍କ
ମଧ୍ୟବର୍ତ୍ତୀ ପ୍ରତ୍ୟେକ ସମକ୍ଷ ରେଖା ଉପରେ ବର୍ଷକୁ ଦୁଇ ଥର ଲମ୍ବ ଭାବରେ ଅବସ୍ଥାନ କରିଥାନ୍ତି
I ଏହ ଫଳରେ ଏହି ଅଞ୍ଚଳରେ ସୂର୍ଯ୍ୟ କିରଣ ଲମ୍ବ ଭାବେ ପଡୁ ଥିବାରୁ
ତାହା ସର୍ବାଧିକ ଉତ୍ତାପ ପାଇଥାଏ I ଏହି ଅଞ୍ଚଳକୁ ଗ୍ରୀଷ୍ମ ମଣ୍ଡଳ
କୁହାଯାଏ(ବିଷୁବ ବୃତ୍ତର ୨୩ ୧/୨’ ଊତ୍ତର ଓ ୨୩ ୧/୨ ‘ଦକ୍ଷିଣର ମଧ୍ୟବର୍ତ୍ତୀ ଅଞ୍ଚଳ) I
Ø କର୍କଟ
କ୍ରାନ୍ତି (୨୩ ୧/୨ ‘ଊ )ଠାରୁ ସୁମେରୁ ବୃତ୍ତ (୬୬ ୧/୨ ‘ଊ ) ଓ ମକର କ୍ରାନ୍ତି (୨୩ ୧/୨ ‘ଦ )ଠାରୁ କୁମେରୁ ବୃତ୍ତ (୬୬ ୧/୨‘ଦ )ପର୍ଯ୍ୟନ୍ତ ଅଞ୍ଚଳରେ ଅବସ୍ଥିତ କୌଣସି ସ୍ଥାନ ଉପରେ ସୂର୍ଯ୍ୟ କିରଣ ଲମ୍ବ ଭାବରେ ନ
ପଡି ତିର୍ଯକ ଭାବେ ପଡୁଥିବାରୁ ଏହି ଅଞ୍ଚଳରେ ଅଧିକ ଥଣ୍ଡା ବା ଅଧିକ ଗରମ ଅନୁଭୂତ ହୁଏ ନହିଁ I
ଏହି ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ I
Ø ଉଭୟ ଉତ୍ତର
ଓ ଦକ୍ଷିଣ ଗୋଲାର୍ଦ୍ଧର ମେରୁବୃତ୍ତ ଓ ମେରୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସୂର୍ଯ୍ୟଙ୍କର କିରଣ
ଅତି ତିର୍ଯକ ଭାବେ ପଡୁଥିବାରୁ
ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ ଓ ସର୍ବଦା ବରଫାଚ୍ଛନ୍ନ ରହିଥାଏ I ଏହି ଅଞ୍ଚଳ ଦ୍ଵୟକୁ ହିମ ମଣ୍ଡଳ
କୁହାଯାଏ I
**ତୁମେ ରହୁଥିବା ଅଞ୍ଚଳଟି କେଉଁ ତIପମଣ୍ଡଳରେ ଅବସ୍ଥିତ ଅନୁମାନ କର I
**ଗ୍ଲୋବ ବା ମାନଚିତ୍ର ଦେଖି ଆଣ୍ଟାର୍କଟିକା ମହାଦେଶର ଅବସ୍ଥିତି ଖୋଜ I ଏଠାରେ ଜନବସତି ନ ରହିବାର କାରଣ କ’ଣ ?
·
ଦ୍ରାଘିମା
Ø ଭୁପୃଷ୍ଠର
କୌଣସି ସ୍ଥାନର ଅବସ୍ଥିତି ଜାଣିବାକୁ ହେଲେ ସେହି ସ୍ଥାନର ଅକ୍ଷାଂଶ ସହ ଦ୍ରାଘିମା ଜାଣିବା
ଏକାନ୍ତ ଆବଶ୍ୟକ I
Ø ଅକ୍ଷାଂଶ ପରି ଦ୍ରାଘିମା ମଧ୍ୟ ଏକ କୋଣ I ଏହି କୋଣ ପୃଥିବୀ ମଧ୍ୟରେ କଲ୍ପନା
କରାଯାଇଥିବା ଅକ୍ଷ ଦଣ୍ଡର ଯେକୌଣସି ବିନ୍ଦୁରେ ଗଠିତ ହୋଇଥାଏ I
Ø ଉତ୍ତର
ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଅର୍ଦ୍ଧବୃତ୍ତ ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ଏକା
ସମୟରେ ମଧ୍ୟାହ୍ନ ହୋଇଥାଏ I
Ø ଦ୍ରାଘିମା ରେଖାରେ ଅବସ୍ଥିତ ସମସ୍ତ ସ୍ଥାନରେ ଏକା
ସମୟରେ ସୁର୍ଜ୍ୟଦୋୟ ଓ ଏକା ସମୟରେ ସୂର୍ଯ୍ୟାସ୍ତ ହୋଇଥାଏ I
**ତୁମେ ରହୁଥିବା ସ୍ଥାନ ସହ ଭାରତର ପଶ୍ଚିମ ଦିଗରେ ଅବସ୍ଥିତ ଯେକୌଣସି ସହରର ସୂର୍ଯ୍ୟଦୟ ଅବା ସୂର୍ଯ୍ୟାସ୍ତର ସମୟ ବ୍ୟବଧାନର କାରଣ ଖୋଜି ବାହାର
କର I
Ø ଭୂକେନ୍ଦ୍ର
ଠାରେ ବିଷୁବ ରେଖାରେ ସମତଳ ପରି ଏହି ଅର୍ଦ୍ଧବୃତ୍ତଗୁଡିକର ଅକ୍ଷ ଦଣ୍ଡ ସହିତ ଏକ
ଅର୍ଦ୍ଧବୃତ୍ତାକାର ସମତଳ ରହିଛି I
Ø ଗୋଟିଏ ଅର୍ଦ୍ଧବୃତ୍ତକୁ ୦’ ଧରିଲେ ଏହାର ବିପରୀତ
ପାର୍ଶ୍ବସ୍ଥ ଅର୍ଦ୍ଧବୃତ୍ତ ୧୮୦‘ କୋଣ ବିଶିଷ୍ଟ ହୋଇଥାଏ I
Ø ୦’
ମଧ୍ୟନ୍ଦିନ ରେଖା ଓ ୧୮୦’ ମଧ୍ୟନ୍ଦିନ ରେଖା ଦ୍ଵୟର ଏକ ସାଧାରଣ
ବୃତ୍ତକାର ସମତଳ ଥାଏ I
Ø ୦’
ମଧ୍ୟନ୍ଦିନ ରେଖାକୁ ଅନ୍ୟ ଯେକୌଣସି ସ୍ଥାନର ମଧ୍ୟନ୍ଦିନ ଅର୍ଦ୍ଧବୃତ୍ତ ଅକ୍ଷ ରେଖା ଠାରେ ମିଳିତ
ହୋଇ ଯେଉଁ କୋଣ ସୃଷ୍ଟି କରେ, ସେହି କୋଣକୁ ଦ୍ରାଘିମା କୋଣ ବା
ଦ୍ରାଘିମା କୁହାଯାଏ I
Ø ୦’ ମଧ୍ୟନ୍ଦିନ ରେଖାକୁ ପ୍ରଧାନ ମଧ୍ୟନ୍ଦିନ ରେଖା
କୁହାଯାଏ I ଏହ ପୃଥିବୀକୁ ପୂର୍ବ ଗୋଲାର୍ଦ୍ଧ ଓ ପଶ୍ଚିମ ଗୋଲାର୍ଦ୍ଧରେ
ଭାଗ କରିଥାଏ I ଇଂଲଣ୍ଡରେ ଥିବା ଗ୍ରିନିଚ ସହରର ରୋୟାଲ ଅବଜରଭେଟୋରୀକୁ
୦’ ପ୍ରଧାନ ମଧ୍ୟନ୍ଦିନ ରେଖା ବା ମୂଳ ଦ୍ରାଘିମା ରେଖା ବୋଲି କଲ୍ପନା
କରାଯାଇଛି I
Ø ବିଷୁବ
ରେଖାର ଉତ୍ତର ଓ ଦକ୍ଷୀଣରେ ଅବସ୍ଥିତ ସ୍ଥାନର ଦୁରତ୍ଵ ଯେପରି ଅକ୍ଷାଂଶ ଦ୍ଵାରା
ନିର୍ଦ୍ଧାରିତ ହୁଏ,
ସେହିପରି ୦’ ପ୍ରଧାନ
ମଧ୍ୟନ୍ଦିନ ରେଖା ଠାରୁ ପୂର୍ବ ଓ ପଶ୍ଚିମର ଅବସ୍ଥିତ ସ୍ଥାନ ଗୁଡିକର ଦୁରତ୍ଵ ୧୮୦’ ପର୍ଯ୍ୟନ୍ତ ମାପIଯାଏ I ଏହି ଦୁରତ୍ଵକୁ ସେହି ସ୍ଥାନର କୌନିକ ଦୁରତ୍ଵ ବା
ଦ୍ରାଘିମା କୁହାଯାଏ I
Ø ଭାରତର
ଆଲାହାବାଦ ଓ ପାକିସ୍ଥାନର ହାଇଦ୍ରାବାଦ ସହର ଦୁଇଟିର ଅକ୍ଷାଂଶ ହେଉଛି ୨୫’୨୫’ଊ କିନ୍ତୁ ଉଭୟ ସ୍ଥାନ ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଉଭୟ
ସ୍ଥାନର ଦ୍ରାଘିମା ସମାନ ନୁହେଁ I
Ø ଆଟଲାସକୁ
ଦେଖିଲେ ଆମେ ଜାଣିପାରିବI ଯେ, ପାକିସ୍ଥାନର
ହାଇଦ୍ରାବାଦ ସହର ୬୮’୩୬‘ପୁର୍ବ ଦ୍ରାଘିମାରେ
ହୋଇଥିବା ବେଳେ ଭାରତର ଆଲାହାବାଦ ସହର ୮୨’୩୦’ ପୂର୍ବ ଦ୍ରାଘିମାରେ ଅବସ୍ଥିତ I
Ø ମୂଳ
ଦ୍ରାଘିମା ଠାରୁ କ୍ରମଶଃ ପୂର୍ବକୁ ୧୮୦’ ପର୍ଯ୍ୟନ୍ତ ଏବଂ ପଶ୍ଚିମକୁ ୧୮୦ ପର୍ଯ୍ୟନ୍ତ ମୋଟ
୩୬୦ଟି ଦ୍ରାଘିମା ରେଖା ଦ୍ଵାରା ଯେକୌଣସି ସ୍ଥାନର କୌଣିକ ଦୂରତା ମପା ଯାଇଥାଏ I
Ø ଗ୍ଲୋବକୁ
ଭଲ ଭାବରେ ନିରୀକ୍ଷଣ କାଲେ ଆମେ ଜାଣିପାରିବI ଯେ ୧୮୦’ ପୂର୍ବ ଏବଂ
୧୮୦’ ପଶ୍ଚିମ ଦ୍ରାଘିମା ରେଖା ଏକ ଓ ଅଭିନ୍ନ I ଏହି ରେଖା ସହ ମୂଳ ମଧ୍ୟନ୍ଦିନ ରେଖା(୦‘) ମିଳିତ ହୋଇ ଏକ
ବୃତ୍ତ ସୃଷ୍ଟି କରୁଛି I
Ø ଗ୍ଲୋବ
ବା ମାନଚିତ୍ରରେ ସମକ୍ଷ ରେଖା ଓ ଦ୍ରାଘିମା ରେଖାଗୁଡ଼ିକ ପରସ୍ପରକୁ ସମକୋଣ(୯୦’) ରେ ଛେଦ କରିଥାନ୍ତି I ଏହି ଛେଦ ବିନ୍ଦୁ ହିନ ଭୁପୃଷ୍ଠାର
କୌଣସି ସ୍ଥାନର ଅବସ୍ଥିତିକୁ ସୁଚାଇଥାଏ I
Ø ଅକ୍ଷାଂଶ ରେଖା ଓ ଦ୍ରାଘିମା ରେଖାଗୁଡ଼ିକ ଜାଲ ସଦୃଶ
ମାନଚିତ୍ର ବା ଗ୍ଲୋବରେ ବିଚୟ ହୋଇ ରହିଛନ୍ତି, ଏହି ଜଳଗୁଡିକୁ ଜାଲକ ବା ଗ୍ରୀଡ କୁହାଯାଏ I
·
ଦ୍ରାଘିମା
ଓ ସମୟ
Ø ସ୍ଥାନ
ନିରୂପଣ ବ୍ୟତୀତ ସମୟ ନିରୂପଣ କରିବାରେ ଦ୍ରାଘିମା ଆମକୁ ସାହାଯ୍ୟ କରିଥାଏ I
Ø ପୃଥିବୀର
ଆବର୍ତ୍ତନ ଗତି ଯୋଗୁଁ ପ୍ରତ୍ୟେକ ଦ୍ରାଘିମା ଉପରେ ଅବସ୍ଥିତ ସ୍ଥାନଗୁଡିକରେ ସକIଳ, ମଧ୍ୟାହ୍ନ, ସନ୍ଧ୍ୟା ଓ ରାତି ହୋଇଥାଏ I
Ø ସକଳ ଓ
ଅପରାହ୍ନ ସମୟରେ ସୂର୍ଯାଲୋକରେ ଆମର ଛାଇ ଦୀର୍ଘ ଏବଂ ମଧ୍ୟାହ୍ନରେ ସବୁଠାରୁ ଛୋଟ ହୋଇଥାଏ I
Ø ମଧ୍ୟାହ୍ନ
ସମୟରେ ସୂର୍ଯ୍ୟ କୌଣସି ସ୍ଥାନର ଦ୍ରାଘିମା ରେଖା ସମ୍ମୁଖରେ ଅବସ୍ଥାନ କରିଥାନ୍ତି I ସେତେବେଳେ ସେହି ସ୍ଥାନରେ ସ୍ଥାନୀୟ ସମୟ ଡିବା ୧୨ ଘଟିକା ହୋଇଥାଏ ଏବଂ ଏକ ଦ୍ରାଘିମା
ରେଖା ଉପରେ ଅବସ୍ଥିତ ପ୍ରତ୍ୟେକ ସ୍ଥାନର ସ୍ଥାନୀୟ ସମୟ ସମାନ ନ ଥାଏ I
Ø କେତେକ
ଦେଶ ବା ଅଞ୍ଚଳରେ ଅନେକ ଦ୍ରାଘିମା ରେଖା କଲ୍ପନା କରାଯାଇଥାଏ I ଦ୍ରାଘିମାର ଭିନ୍ନତା ଦୃଷ୍ଟିରୁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୁଏ I
Ø ଭାରତ
ଅରୁଣାଚଳ ପ୍ରଦେଶରେ ସୂର୍ଯ୍ୟ ଉଦୟ ହେବାର ପାଖାପାଖି ୨ ଘଣ୍ଟା ପରେ ଗୁଜରାଟ ର କଚ୍ଛ ଉପକୂଳରେ
ସୂର୍ଯା ଉଦୟ ହେବାର କାରଣ ଖୋଜି ବାହାର କର I
Ø ଇଂଲଣ୍ଡରେ
ଥିବା ଗ୍ରିନିଚର ମୂଳ ଦ୍ରାଘିମାକୁ ଆଧାର କରି ପୃଥିବୀର ସମସ୍ତ ଦେଶ ଅବା ଅଞ୍ଚଳର ସମୟ ହିସାବ
କରାଯାଇଥାଏ I
Ø ପୃଥିବୀର
ଆବର୍ତ୍ତନ ବେଳେ ଏହା ପଶ୍ଚିମରୁ ପୂର୍ବକୁ ଘୂର୍ଣ୍ଣନ କରୁଥିବା କାରଣରୁ ଗ୍ରିନିଚ ସହରର ପୁର୍ବରେ
ଥିବା ସ୍ଥାନଗୁଡ଼ିକର ସମୟ ଆଗୁଆ ଓ ପଶ୍ଚିମକୁ ଥିବା ସ୍ଥାନଗୁଡ଼ିକର ସମୟ ଗ୍ରିନିଚ ଠାରୁ ପଛୁଆ
ହୋଇଥାଏ I
Ø ପୃଥିବୀର
ଆବର୍ତ୍ତନ ସମୟ ପ୍ରାୟ ୨୪ ଘଣ୍ଟା ଅର୍ଥାତ ପୃଥିବୀ ୩୬୦’ ଗୁର୍ଣ୍ଣନ I ତେବେ ୧ ଘଣ୍ଟାରେ ପୃଥିବୀ ୧୫’ ଦ୍ରାଘିମା ବ୍ୟବଧାନ ଅତିକ୍ରମ
କରିଥାଏ I ଏହି ବ୍ୟବଧାନକୁ ଏକ ସମୟ ମଣ୍ଡଳ ( ) କୁହାଯାଏ I
Ø ଭୂପୃଷ୍ଠରେ
୨୪ଟି ସମୟ ମଣ୍ଡଳ ରହିଛି I ଏହି ହିସାବରେ ୧’
ବୁଲିବା ପାଇଁ ପୃଥିବୀକୁ ୨୪॥ବା ୪ ମିନିଟ ସମୟ ଲାଗେ I
Ø ଗ୍ରିନିଚର
ପଶ୍ଚିମରେ ଥିବା ୧’ ଦ୍ରାଘିମା ରେଖା ଉପରେ ସମୟ ୪ ମିନିଟ ପଛୁଆ ଓ ୧’
ପୁର୍ବରେ ଥିବା ଦ୍ରାଘିମା ଉପରେ ସମୟ ୪ ମିନିଟ ଆଗୁଆ ହେବ I
Ø ଗ୍ରିନିଚ
ଦ୍ରାଘିମା ଦେଇ ଯାଇଥିବା ମୂଳ ଦ୍ରାଘିମା ସମୟକୁ ‘ଗ୍ରିନିଚ ପ୍ରମାଣ ସମୟ’(Greenwich Mean
Time or G.M.T.) କୁହାଯାଏ I
Ø ଗୋଟିଏ
ଦେଶରେ ଏକାଧିକ ଦ୍ରାଘିମା ହେତୁ ଏକାଧିକ ସ୍ଥାନୀୟ ସମୟ ରହିଲେ ବ୍ୟବସାୟ,
ବାଣିଜ୍ୟ, ଗମନାଗମନ ତଥା ଅନ୍ୟାନ୍ୟ କାର୍ଯ୍ୟନିର୍ବାହ ସମ୍ଭବ ହେଉ ନ
ଥିବାରୁ ପ୍ରତ୍ୟେକ ଦେଶ ପାଇଁ ଏକ ‘ପ୍ରମାଣ ସମୟ’ର ଆବଶ୍ୟକତା ରହିଛି I
Ø ପ୍ରାୟତଃ
ଦେଶର ମଧ୍ୟଭାଗ ଦେଇ ଯାଇଥିବା ଦ୍ରାଘିମା ରେଖାକୁ ସେ ଦେଶର ପ୍ରମାଣ ଦ୍ରାଘିମା ଏବଂ ତାହାର
ସ୍ଥାନୀୟ ସମୟକୁ ଦେଶର ପ୍ରମାଣ ସମୟ କୁହାଯାଏ I
Ø ଭାରତର
ଆଲାହାବାଦ ସହର ନିକଟରେ ଯାଇଥିବା ୮୨’୩୦’ ପୂର୍ବ ଦ୍ରାଘିମାକୁ
ଆମ ଦେଶର ପ୍ରମାଣ ଦ୍ରାଘିମା ଏବଂ ଏହାର ସ୍ଥାନୀୟ ସମୟକୁ ଦେଶର ପ୍ରମାଣ ସମୟ ରୂପେ ଗ୍ରହଣ
କରାଯାଇଛି I ଏହାକୁ ଭାରତୀୟ ପ୍ରମାଣ ସମୟ ବା IST(Indian
Standard Time) କୁହାଯାଏ I
Ø ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ ହିସାବରେ ଆମ ଭାରତର ପ୍ରମାଣ ସମୟ୮୨’୩୦’ ପୂର୍ବ ହୋଇଥିବାରୁ ଏହI ଗ୍ରିନିଚ ମୂଳ ଦ୍ରାଘିମା ରେଖା( )
ଠାରୁ ୫ ଘଣ୍ଟା ୩୦ ମିନିଟ ଆଗୁଆ ହୋଇଥାଏ I
Ø ଯେଉଁ
ଦେଶର ଦ୍ରାଘିମା ପ୍ରସାର ଯେତେ ଅଧିକ,ସେ ଦେଶରେ ସେତେ ଅଧିକ ପ୍ରମାଣ ସମୟ ବ୍ୟବହୃତ ହୁଏ I ସେହି କାରଣରୁ ରୁଷିଆରେ
ଏଗIରଟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଛଅଟି ପ୍ରମାଣ ସମୟ ରହିଛି I
·
ଆନ୍ତର୍ଜାତିକ
ତାରିଖ ରେଖା
Ø ୧୮୦’
ପୂର୍ବ ଏବଂ ୧୮୦’ ପଶ୍ଚିମ ଦ୍ରାଘିମା ରେଖା ଏକ ଓ ଅଭିନ୍ନ ହୋଇଥିବାରୁ
ଏହି ଦ୍ରାଘିମା ରେଖାକୁ ଏକ ତାରିଖ ରେଖା ଭାବେ ଗ୍ରହଣ କରାଯାଏ I ମୂଳ ଦ୍ରାଘିମା ରେଖା ଓ ଏହି ରେଖା ମଧ୍ୟରେ ବ୍ଯବଧାନ
୧୮୦’ ଓ ସମୟର ବ୍ଯବଧାନ ୧୨ ଘଣ୍ଟା I
Ø ମୂଳ
ଦ୍ରାଘିମା ରେଖା ଠାରୁ ୧୮୦’ ପୂର୍ବକୁ ସମୟ ୧୨ ଘଣ୍ଟା ଆଗେଇଲେ, ଠିକ ସେହିପରି ୧୮୦’ ପଶ୍ଚିମ ହିସାବରେ ୧୨ ଘଣ୍ଟା ସମୟ ପଛାଇବ
I ଅର୍ଥାତ, ଗ୍ରିନିଚ ମୂଳ ଦ୍ରାଘିମା ରେଖାର ସମୟ ସୋମବାର ସକାଳ ୭ଟା (7 AM) ହୋଇଥିବା ବେଳେ ଏହି ତାରିଖ ରେଖାରେ ରବିବାର ସନ୍ଧ୍ୟା 7ଟା (7 PM) ହୋଇଥାଏ I ଏହି ପ୍ରକାରେ ତାରିଖ ରେଖାର ପଶ୍ଚିମ ରୁ
ପୂର୍ବକୁ ଗଲେ ଗୋଟିଏ ଦିନ ଆଗୁଆ ଓ ପୂର୍ବରୁ ପଶ୍ଚିମକୁ ଗଲେ ଗୋଟେ ଦିନ ପଛୁଆ ହୁଏ I
Ø 180’
ଦ୍ରାଘିମା ରେଖା ସ୍ଥଳ ଭାଗ ଓ ଜଳ ଭାଗ ଉପର ଦେଇ ଯାଇଥାଏ I ଏହI
ଏକ ଦେଶ ବା ଦ୍ଵୀପ ମଧ୍ୟ ଦେଇ ଗଲାବେଳେ ସେଠାରେ ଉକ୍ତ ଦ୍ରାଘିମାର ପୂର୍ବ ଓ
ପଶ୍ଚିମ ଉଭୟ ପାର୍ଶ୍ଵରେ ତାରିଖର ତାରତମ୍ୟ ଦେଖାଯାଏ I ଏହି ଅସୁବିଧା
ଦୂର କରିବା ପାଇଁ ସେହି ଦେଶ ବା ଦ୍ଵୀପ ଉପରେ ଏହି ଦ୍ରାଘିମାର ସାମାନ୍ଯ ଦିଗ ପରିବର୍ତ୍ତନ
କରାଯାଇ କେବଳ ଜଳ ଭାଗ ଉପରେ ଦରସଜଇଥାଏ, ଏହି ପରିବର୍ତ୍ତିତ ରେଖାଟିକୁ
ଆନ୍ତର୍ଜାତିକ ତାରିଖ ରେଖା କୁହାଯାଏ I
** ମାନଚିତ୍ର ଦେଖି ଆନ୍ତର୍ଜାତିକ ତାରିଖ ରେଖା ପାର୍ଶ୍ଵବର୍ତ୍ତୀ ଦେଶ ଓ ଦ୍ଵୀପଗୁଡିକର
ତାଲିକା ପ୍ରସ୍ତୁତ କର I
Comments
Post a Comment