ଖ୍ରୀଷ୍ଟଙ୍କ ଜନ୍ମର ୪୫ ବର୍ଷ ପୂର୍ବରୁ ରୋମର ସମ୍ରାଟ ଜୁଲିୟସ୍ ସିଜର ପ୍ରଥମେ କ୍ୟାଲେଣ୍ଡର ପ୍ରବର୍ତ୍ତନ କରିଥିଲେ | ଚାଙ୍କ ନାମ ଅନୁସାରେ ଏହି କ୍ୟାଲେଣ୍ଡରର ନାମ ଜୁଲିୟାସ କ୍ୟାଲେଣ୍ଡର ରଖାଗଲା | ଏହି କ୍ୟାଲେଣ୍ଡରରେ ୩୬୫ ଦିନର ହିସାବ ଥିଲା | ସୂର୍ଯ୍ୟର ଚାରିପଟେ ଥରେ ପ୍ରଦିକ୍ଷଣ କରିବାକୁ ପୃଥିବୀକୁ ୩୬୫ ଦିନ ୫ ଘଣ୍ଟା ୪୮ ମିନିଟ ୪୮ ସେକେଣ୍ଡ ସମୟ ଲାଗେ | ତେଣୁ ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ବଢ଼ିଯାଏ | ପରେ ସିଜର୍ ଏହି ଭୁଲକୁ ସଂଶୋଧନ କରାଇଥିଲେ | ପ୍ରତି ଚାରି ବର୍ଷରେ ଫେବୃୟାରୀ ମାସରେ ଗୋଟିଏ ଦିନ ବଢ଼ାଇ ଦିଆଯିବା କାରଣରୁ ସେହି ବର୍ଷର ଫେବୃୟାରୀ ମାସ ୨୮ ଦିନ ନ ହୋଇ ୨୯ ଦିନ ହୋଇଥାଏ |