ଭୂଗୋଳ(ଅଧ୍ୟାୟ -୪) ପୃଥିବୀର ଗତି
Ø ପୃଥିବୀର
ଦୁଇ ପ୍ରକାର ଗତି ରହିଛି, ଯଥା: ଆବର୍ତ୍ତନ ଗତି ଓ ପରିକ୍ରମଣ
ଗତି I
Ø ପୃଥିବୀ
ନିଜ ଅକ୍ଷ ଚାରିପାଖେ ପଶ୍ଚିମରୁ ପୂର୍ବ ଦିଗକୁ ଘୂରିବାକୁ ଆବର୍ତ୍ତନ ଗତି କୁହାଯାଏ I
Ø ପୃଥିବୀ
ନିଜ ଅକ୍ଷ ଚାରିପାଖେ ପଶ୍ଚିମରୁ ପୂର୍ବ ଦିଗକୁ ଘୂରିବା ସହ ଏକ ନିର୍ଦ୍ଧିଷ୍ଟ ଉପାବୃତ୍ତକାର
କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖେ ଘୂର୍ଣ୍ଣନ କରିଥାଏ, ଏହାକୁ ପୃଥିବୀର ପରିକ୍ରମଣ
ଗତି କୁହାଯାଏ I
Ø ପୃଥିବୀର
ଆବର୍ତ୍ତନ ଗତିକୁ ଆହ୍ନିକ ବା ଦୈନିକ ଗତି କୁହାଯାଏ I
ପୃଥିବୀର ଏହି ଆବର୍ତ୍ତନ ଗତି ଫଳରେ ଦିନ ଓ ରାତି ସମ୍ଭବ ହୋଇଥାଏ
Ø ପୃଥିବୀର
ପରିକ୍ରମଣ ଗତି ଫଳରେ ଋତୁ ପରିବର୍ତ୍ତନ ସମ୍ଭବ ହୋଇଥାଏ I
·
ପୃଥିବୀର
ଆବର୍ତ୍ତନ ଓ ତା ର ଫଳାଫଳ:
Ø ପୃଥିବୀ
ନିଜ ଅକ୍ଷ ଚାରିପାଖେ ପଶ୍ଚିମରୁ ପୂର୍ବ ଦିଗକୁ ଥରେ ଘୂରି ଆସିବାକୁ ପ୍ରାୟ ୨୪ ଘଣ୍ଟା ବା ଏକ
ଦିନ ସମୟ ଲାଗିଥାଏ I
Ø ଆବର୍ତ୍ତନ
କରୁଥିବା ସମୟରେ ପୃଥିବୀର ମେରୁଦୁଇଟି ସ୍ଥିର ଥାଏ I ତେଣୁ ମେରୁ ଠାରେ ଆବର୍ତ୍ତନର ବେଗ ଶୂନ ଅଟେ I
Ø ମେରୁ
ଠାରୁ ବିଷୁବ ବୃତ୍ତଆଡକୁ ପୃଥିବୀର ବେଗ କ୍ରମଶଃ ବୃଦ୍ଧି ପାଇଥାଏ ଏବଂ ବିଷୁବବୃତ୍ତ ଠାରେ ଏହାର
ବେଗ ସର୍ବାଧିକ ହୋଇଥାଏ I ଏହି ବେଗ ଘଣ୍ଟା ପ୍ରତି ୧୬୭୦ କି॰ମି॰ I
Ø ପୃଥିବୀର
ଆୟତନ ତୁଳନାରେ ଆମର ସ୍ଥିତି ଏକ ସାମାନ୍ୟ ବିନ୍ଦୁ ସଦୃଶ I ପୃଥିବୀର ଏହି ବୃହତ
ଆକାର ଓ ତହିଁରେ ଥିବା ସମସ୍ତ ଜୀବ ଓ ନିର୍ଜୀବ ବସ୍ତୁ ବାୟୁମଣ୍ଡଳ ସହ ସମତାଳରେ ଘୂରୁଥିବାରୁ
ଆମକୁ ଏହାର ଘୂର୍ଣ୍ଣନ ଗତି ଜଣାପଡି ନ ଥାଏ I
Ø ପୃଥିବୀ
ପୃଷ୍ଠରେ ଦିନ ଓ ରାତି କ୍ରମାନ୍ଵୟରେ ସଂଘଟିତ ହୋଇଥାଏ I ପ୍ରତ୍ୟେକ ସ୍ଥାନରେ ସୂର୍ଯ୍ୟୋଦୟ, ପୂର୍ବାହ୍ନ, ଅପରାହ୍ନ,
ସୂର୍ଯ୍ୟାସ୍ତ ଏବଂ ମଧ୍ୟରାତ୍ରି ହୋଇଥାଏ I
Ø ସୂର୍ଯ୍ୟର
ଆୟତନ ପୃଥିବୀର ଆୟତନ ଠାରୁ ୧୩ ଲକ୍ଷ ଗୁଣ ବଡ I
Ø ପୃଥିବୀ
ତା ର ଅକ୍ଷ ତଳ ସହିତ ସିଧା ଭାବେ ନ ରହି ୬୬ ୧/୨
ଢଳି ରହିଥାଏ I ଏହି କାରଣରୁ ପୃଥିବୀର ଆବର୍ତ୍ତନ ଗତି ସମୟରେ ଏହାର ପୃଷ୍ଠ ଭାଗର
ଅର୍ଦ୍ଧେକ ଅଂଶ ଆଲୋକରେ ଓ ବାକି ଆଉ ଅର୍ଦ୍ଧେକ ଅଂଶ ଅନ୍ଧକାରରେ ରହେ I
Ø ପୃଥିବୀର
ଆଲୋକିତ ଅର୍ଦ୍ଧାଂଶ ଓ ଅନ୍ଧକାର ଅର୍ଦ୍ଧାଂଶ ସନ୍ଧିସ୍ଥଳରେ ସୃଷ୍ଟି ହେଉଥିବା ବୃତ୍ତାକାର ଆଲୋକ
ବଳୟକୁ ଆଲୋକବୃତ୍ତ ବା ଛାୟାବୃତ୍ତ କୁହାଯାଏ I
Ø ପୃଥିବୀର
ଆବର୍ତ୍ତନ ସମୟରେ ଏହାର ପ୍ରତ୍ୟେକ ଦ୍ରାଘିମା ରେଖା (୨୪ଟି ) ଓ ଏହା ଉପରିସ୍ଥ ପ୍ରତ୍ୟେକ ସ୍ଥାନ
ପ୍ରତିଦିନ ଦୁଇଥର ପାଇଁ ଆଲୋକ ବୃତ୍ତକୁ ଅତିକ୍ରମ କରିଥାଏ I ଯେତେବେଳେ ସଂପୃକ୍ତ
ଦ୍ରାଘିମା ରେଖାଟି ପୃଥିବୀର ଅନ୍ଧକାର ଅର୍ଦ୍ଧାଂଶ ପରିତ୍ୟାଗ କରି ଆଲୋକିତ ଅର୍ଦ୍ଧାଂଶରେ
ପ୍ରବେଶ କରେ, ସେତେବେଳେ ସେହି ଦ୍ରାଘିମାରେଖା ଉପରିସ୍ଥ ସମସ୍ତ
ସ୍ଥାନରେ ସୂର୍ଯ୍ୟୋଦୟ ହୋଇଥାଏ I ଏହା ପୂର୍ବ ଦିଗରେ ହୋଇଥାଏ I
Ø ସଂପୃକ୍ତ
ଦ୍ରାଘିମା ରେଖାଟି ଆବର୍ତ୍ତନ କ୍ରମରେ ପୂର୍ବଦିଗକୁ ଅଧିକରୁ ଅଧିକ ଅଗ୍ରଗତି କରିବା ହେତୁ ସେହି
ଦ୍ରାଘିମା ଉପରିସ୍ଥ ସବୁସ୍ଥାନରେ ଦିନ କ୍ରମଶଃ ବଢି ବଢି ଚାଲେ ଓ ମଧ୍ୟାହ୍ନ ସମୟରେ ଦ୍ରାଘିମାଟି
ସିଧାସଳଖ ସୂର୍ଯ୍ୟର ସମ୍ମୁଖୀନ ହୋଇଥାଏ I
Ø ସୂର୍ଯ୍ୟୋଦୟ ଠାରୁ
ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ କୁହାଯାଏ I ମଧ୍ୟାହ୍ନ ପରଠାରୁ
ପୃଥିବୀ କ୍ରମଶଃ ଅଧିକ ପୂର୍ବଦିଗକୁ ଗତିକରିବା ଫଳରେ ସେହେ ସ୍ଥାନ ଉପରେ ସେହି ସ୍ଥାନ ଉପରେ
ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରି ଏବଂ ପୁନଃ
ସକାଳ ହୋଇଥାଏ I
·
ପୃଥିବୀର
ପରିକ୍ରମଣ ଓ ତା ର ଫଳାଫଳ:
·
ପୃଥିବୀ ନିଜ ଅକ୍ଷ ଚାରିପାଖେ ପଶ୍ଚିମରୁ ପୂର୍ବ ଦିଗକୁ ଘୂରିବା ସହ
ଏକ ନିର୍ଦ୍ଧିଷ୍ଟ ଉପାବୃତ୍ତକାର କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖେ ଘୂର୍ଣ୍ଣନ କରିଥାଏ,
ଏହାକୁ ପୃଥିବୀର ପରିକ୍ରମଣ ଗତି କୁହାଯାଏ I
Ø ସୂର୍ଯ୍ୟକୁ
ସଂପୂର୍ଣ୍ଣ ଭାବେ ଥରେ ଘୂରିଆସିବାକୁ ବା ପରିକ୍ରମଣ କରିବାକୁ ପୃଥିବୀକୁ ପ୍ରାୟ ୩୬୫ ୧/୪ ଦିନ ବା ଏକ ବର୍ଷ ସମୟ ଲାଗିଥାଏ I
Ø ଏକ
ବର୍ଷର ସମୟ ହିସାବ କରିବା ବେଳେ, ହିସାବର ସୁବିଧା ପାଇଁ ଆମେ ୩୬୫ ଦିନ ଓ ୧/୪ ଦିନ ବା ପ୍ରାୟ ୪ ଘଣ୍ଟା ସମୟ ହିସାବକୁ ନେଇ ନ ଥାଉ I
ଏହି ବଳକା ୬ ଘଣ୍ଟା ସମୟ ପ୍ରତି ୪ ବର୍ଷରେ ୨୪ ଘଣ୍ଟା ବା ୧ ଦିନ ହୁଏ I
ଏହାକୁ ସେହି ବର୍ଷର ଫେବୃୟାରୀ ମାସରେ ଯୋଗ କରାଯାଏ,
ଫଳତଃ, ସେହି ବର୍ଷର ଫେବୃୟାରୀ ମାସରେ ୨୯ ଦିନ ହୋଇଥାଏ I ସେହି ବର୍ଷକୁ ଅଧିବର୍ଷ (Leap year) କୁହାଯାଏ I
Ø ଯେଉଁ
ମସିହାଟି ୪ ଦ୍ଵାରା ବିଭାଜ୍ୟ ସେହି ବର୍ଷଟିକୁ ଅଧିବର୍ଷ କୁହାଯାଏ I ଏହା ପ୍ରତି ୪ ବର୍ଷରେ ଥରେ ଆସେ I କିନ୍ତୁ ପ୍ରତ୍ୟେକ
ଶତାବ୍ଦୀମାନଙ୍କ କ୍ଷେତ୍ରରେ ଏହି ନିୟମଟି ଲାଗୁ ହୋଇ ନ ଥାଏ I ପ୍ରତ୍ୟେକ ଶତାବ୍ଦୀ ୪ ଦ୍ଵାରା
ବିଭାଜ୍ୟ ହେବା ସହିତ ୪୦୦ ଦ୍ଵାରା ବିଭାଜ୍ୟ ହେଲେ, ସେହି
ଶତାବ୍ଦୀଟିକୁ ଅଧିବର୍ଷ କୁହାଯାଏ I
Ø ପୃଥିବୀ
ସୂର୍ଯ୍ୟ ଚତୁର୍ପାଶ୍ଵରେ ପଶ୍ଚିମରୁ ପୂର୍ବକୁ ପରିକ୍ରମଣ କରୁଥିବା ସମୟରେ ତା ର ଅକ୍ଷଦଣ୍ଡ
କକ୍ଷତଳ ସହିତ ସମକୋଣରେ ନ ରହି ଲମ୍ବ ଠାରେ ୨୩୧/୨ ଡିଗ୍ରୀ କୋଣ ସୃଷ୍ଟି କରି ଘୂର୍ଣ୍ଣନ କରିଥାଏ
I ଅର୍ଥାତ ପରିକ୍ରମଣ ସମୟରେ ପୃଥିବୀ ଅକ୍ଷ ତା ର କକ୍ଷତଳ ସହିତ ଲମ୍ବ ଭାବେ ନ ରହି
୬୬୧/୨ ଡିଗ୍ରୀ ଆନତ ଥାଏ I ଏହାର ଉତ୍ତର ମେରୁ ସଦା ସର୍ବଦା ଉତ୍ତର
ଦିଗସ୍ଥ ଧ୍ରୁବତାରା ଆଡକୁ ଥାଏ I
Ø ଆମେମାନେ
ଗୋଟିଏ ବର୍ଷ ମଧ୍ୟରେ ୬ଟି ଋତୁ ଯଥା: ଗ୍ରୀଷ୍ମ,
ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଋତୁ ଅନୁଭବ କରିଥାଉ, ମାତ୍ର ପୃଥିବୀର ପରିକ୍ରମଣ ହେତୁ ଏଠାରେ ୪ଟି ଋତୁ ଯଥା:
ଗ୍ରୀଷ୍ମ,, ଶରତ, ଶୀତ ଓ ବସନ୍ତ ଋତୁ ସଂଘଟିତ ହୋଇଥାଏ I
Ø ପୃଥିବୀ
ଅକ୍ଷ ତା ର କକ୍ଷତଳ ସହିତ ଲମ୍ବ ଭାବେ ନ ରହି ୬୬୧/୨ ଡିଗ୍ରୀ ଢଳି ରହୁଥିବାରୁ ଏହାର ଉତ୍ତର
ମେରୁ ସୂର୍ଯ୍ୟ ଆଡକୁ ଆନତ ଥିବା ସମୟରେ ଏହାର ଦକ୍ଷିଣ ମେରୁ ସୂର୍ଯ୍ୟ ଠାରୁ ଦୂରେଇ ରହିଥାଏ Iସେହିପରି
ସୂର୍ଯ୍ୟର ଦକ୍ଷିଣ ମେରୁ ସୂର୍ଯ୍ୟ ଆଡକୁ ଆନତ ଥିବା ସମୟରେ ଏହାର ଉତ୍ତର ମେରୁ ସୂର୍ଯ୍ୟ ଠାରୁ
ଦୂରେଇ ରହିଥାଏ I ଏହି କାରଣରୁ ପୃଥିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ
ସମ୍ଭବ ହୋଇଥାଏ I
Ø ଉତ୍ତର
ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଅନୁଭୂତ ହେଲାବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତ ଋତୁ ଏବଂ ଉତ୍ତର
ଗୋଲାର୍ଦ୍ଧରେ ବସନ୍ତ ଋତୁ ଅନୁଭୂତ ହେଲାବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ହୋଇଥାଏ I
Ø ଜୁନ ମାସ
୨୧ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଆଡକୁ ଆନତ ହୋଇ ରହିଥାଏ I ଏହି ଦିନ ୨୩୧/୨ ଡିଗ୍ରୀ ଉତ୍ତର ଅକ୍ଷାଂଶ(କର୍କଟ କ୍ରାନ୍ତି) ଉପରେ ସୂର୍ଯ୍ୟଙ୍କର
ଲମ୍ବ କିରଣ ପଡିଥାଏ I ଏହି ଦିବସକୁ ‘ଗ୍ରୀଷ୍ମ
ଅୟନାନ୍ତ’(summer solstice) କୁହାଯାଏ I ସେହି ଏକ ସମୟରେ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠାରୁ ଦୂରେଇ ହୋଇ
ରହିଥିବା କାରଣରୁ ସେଠାରେ କମ ତାପମାତ୍ରା ବା
ଶୀତ ଋତୁ ଅନୁଭୂତ ହୋଇଥାଏ I
Ø ଡିସେମ୍ବର
୨୨ ତାରିଖ ବେଳକୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଆଡକୁ ଢଳି ହୋଇ ରହିଥିବା କାରଣରୁ ଏହି
ଦିନ ୨୩୧/୨ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ(ମକର କ୍ରାନ୍ତି) ଉପରେ ସୂର୍ଯ୍ୟଙ୍କର ଲମ୍ବ କିରଣ
ପଡିଥାଏ ଓ ସେଠାରେ ଗ୍ରୀଷ୍ମ ଋତୁ ହୋଇଥାଏ I ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ହୋଇଥାଏ I ଏହି
ଦିବସକୁ ‘ଶୀତ ଅୟନାନ୍ତ’(winter solstice) କୁହାଯାଏ I
Ø ମାର୍ଚ୍ଚ
୨୧ ଓ ସେପ୍ଟେମ୍ବର ୨୩ ତାରିଖରେ ସୂର୍ଯ୍ୟଙ୍କ ରଶ୍ମି ବିଷୁବ ବୃତ୍ତ ଉପରେ ସିଧାସଳଖ ବା ଲମ୍ବ ଭାବରେ
ପଡିଥାଏ I ଏହି ଦୁଇଟି ଦିନରେ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଠାରୁ ସମାନ ଦୂରତାରେ ଥିବାରୁ
ଏହି ଗୋଲାର୍ଦ୍ଧମାନଙ୍କରେ ଦିନ ଓ ରାତି ସମାନ ହୋଇଥାଏ I ଏହି ଉଭୟ ଦିବସକୁ
‘ସମ ଦିବାରାତ୍ର ଦିବସ’ କୁହାଯାଏ I
Ø ପୃଥିବୀ ସୂର୍ଯ୍ୟଙ୍କ
ଚାରିପଟେ ଏକ ଉପବୃତ୍ତାକାର ପଥରେ ପରିକ୍ରମା କରୁଥିବାରୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ସବୁବେଳେ
ସମାନ ରହେ ନାହିଁ I
Ø ଜାନୁଆରୀ
ମାସର ପ୍ରଥମ ସପ୍ତାହରେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ନିକଟତମ ସ୍ଥାନରେ ଅବସ୍ଥାନ କରିଥାଏ I ଏହାକୁ ‘ଅନୁସୂର ଅବସ୍ଥାନ’
କୁହାଯାଏ I
Ø ଜୁଲାଇ ମାସର
ପ୍ରଥମ ସପ୍ତାହରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ସର୍ବାଧିକ ହୋଇଥିବା କାରଣରୁ ଏହାକୁ ‘ଅପସୂର ଅବସ୍ଥାନ’ କୁହାଯାଏ I
Ø ଅନୁସୂର ଅବସ୍ଥାନ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା
ପ୍ରାୟ ୧୪୭ ନିୟୁତ କିଲୋମିଟର ହୋଇଥିବା ବେଳେ ଅପସୂର
ଅବସ୍ଥାନ ସମୟରେ ଏହା ପ୍ରାୟ ୧୫୨ ନିୟୁତ କିଲୋମିଟର ହୋଇଥାଏ I
Ø ଜୁନ୨୧ ତାରିଖରେ
ସୂର୍ଯ୍ୟ କର୍କଟ କ୍ରାନ୍ତି ଉପରେ ଓ ଡିସେମ୍ବର ୨୨ ତାରିଖରେ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଅବସ୍ଥାନ
କରିଥାଆନ୍ତି I ଡିସେମ୍ବର୨୨ ତାରିଖରୁ ଜୁନ୨୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଉତ୍ତର ଦିଗ
ଆଡକୁ ପ୍ରତୀୟମାନ ଗତି ହୋଇଥାଏ I ଏହାକୁ ସୂର୍ଯ୍ୟଙ୍କର ‘ଉତ୍ତରାୟଣ ଗତି’ କୁହାଯାଏ I
Ø ପୁରାଣରେ
ବର୍ଣ୍ଣିତ ଅଛି ଯେ, ଗଙ୍ଗାଙ୍କ ପୁତ୍ର ଭୀଷ୍ମଦେବ ମହାଭାରତ ଯୁଦ୍ଧରେ ଶରଶଯ୍ୟାରେ
ପଡିରହି ମୃତ୍ୟୁ ନିମନ୍ତେ ସୂର୍ଯ୍ୟଙ୍କର ଏହି ଉତ୍ତରାୟଣ
ଗତିକୁ ଅପେକ୍ଷା କରିଥଲେ I କୁହାଯାଏ ଯେ, ସୂର୍ଯ୍ୟଙ୍କର
ଏହି ଉତ୍ତରାୟଣ ଗତି ସମୟରେ ମୃତ ବ୍ୟକ୍ତିର ଆତ୍ମା
ସଦଗତି ପ୍ରାପ୍ତ ହୋଇଥାଏ I
Ø ଜୁନ୨୧ ତାରିଖରୁ ଡିସେମ୍ବର୨୨ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଦକ୍ଷିଣ ଦିଗ
ଆଡକୁ ପ୍ରତୀୟମାନ ଗତି ହୋଇଥାଏ I ଏହାକୁ ସୂର୍ଯ୍ୟଙ୍କର ‘ଦକ୍ଷିଣାୟଣ ଗତି’ କୁହାଯାଏ I
Ø ସୂର୍ଯ୍ୟଙ୍କର
ଉତ୍ତରାୟଣ ଗତି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଓ ଦକ୍ଷିଣାୟଣ ଗତି ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ
ଋତୁ ହୋଇଥାଏ I
Ø ପୃଥିବୀର ଆବର୍ତ୍ତନ ଗତି ଫଳରେ ଦିନ ଓ ରାତି ପରିବର୍ତ୍ତନ ସମ୍ଭବ ହେଉଥିବା ବେଳେ ପୃଥିବୀର ପରିକ୍ରମଣ
ଗତି ଫଳରେ ପୃଥିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ ସମ୍ଭବ ହୋଇଥାଏ I
Comments
Post a Comment