ଲୋଡା ଦିବ୍ୟ ଉନ୍ମୀଳନ...

ସୃଷ୍ଟିର
ସ୍ରଷ୍ଟାକୁ
ମାନିବାକୁ
ପ୍ରସ୍ତୁତ ନୁହଁ
ଏକବିଂଶ ଶତାବ୍ଦୀର
ଏ ଉଦଭ୍ରାନ୍ତ ମଣିଷ
... II
ପ୍ରକୃତିକୁ କରିବାକୁ
ଯାଇ ଆୟତ୍ତ ...
କାରୋନାର କରାଳ ଛାୟା
ତଳେ ଆଜି ଜର୍ଜରିତ ...II
କେବେ ବୁଝିବ ଆଉ ...?
ଏ ପଥ ଭ୍ରଷ୍ଟ
ମାନବ ସମାଜ...
ପ୍ରକୃତି ଆଗେ ଯେ
ସବୁ କିଛି ମୂଲ୍ୟହୀନ
ଅର୍ଥ, ଯଶ ଆଉ ମାନ... II
ନିଶ୍ଵ
ଆଜି ସାରା ବିଶ୍ଵ
ଅକାମୀ
ସବୁ ତା’ର ବିଜ୍ଞାନ
ଲୋଡା
ଖାଲି ଟିକକ
ଚେତନାର
ଦିବ୍ୟ ଉନ୍ମୀଳନ... II
·
ଡ଼ କାନ୍ତି ସେଠୀ, ଶିକ୍ଷକ ପ୍ରଶିକ୍ଷିକା
Comments
Post a Comment