ଭୂଗୋଳ (ଅଧ୍ୟାୟ -୩)
ମାନଚିତ୍ର ଅଧ୍ୟୟନ
Ø ପୃଥିବୀ
ବିଷୟରେ ସବିଶେଷ ଜାଣିବା ପାଇଁ ଭୂଗୋଲକ ଏବଂ ମାନଚିତ୍ରର ଆବଶ୍ୟକ ହୋଇଥାଏ I
Ø ଭୂଗୋଲକ
ହେଉଛି ପୃଥିବୀର ପ୍ରତିରୂପ I ଏଥିରୁ ବିଭିନ୍ନ ମହାଦେଶ,ମହାସାଗରର ଅବସ୍ଥିତି, ଆକାର,
ଆକୃତି ସମ୍ବନ୍ଧରେ ଧାରଣ କରିହୁଏ I
Ø ବିଶାଳ
ପୃଥିବୀ ତୁଳନାରେ ଗ୍ଲୋବ ଅନେକ ଛୋଟ ହୋଇଥିବାରୁ
ଛୋଟ ଛୋଟ ସ୍ଥାନଗୁଡିକର ସବିଶେଷ ତଥ୍ୟ ଏଥିରୁ ମିଳି ପରି ନ ଥାଏ I ଏଣୁ ମାନଚିତ୍ରର ବ୍ୟବହାର କରାଯାଇଥାଏ I
Ø ମାନଚିତ୍ରରେ
ଛୋଟ ତଥା ବଡ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ Iମାନଚିତ୍ରରେ
ସମଗ୍ର ପୃଥିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଧିଷ୍ଟ ମନରେ ଦର୍ଶାଯାଇଥାଏ I
Ø ମାନ ବା
ସ୍କେଲର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ I
Ø ପୃଥିବୀ,
ମହାଦେଶ, ମହାସାଗର, ଦେଶ, ସହର, ଗ୍ରାମ ପାଇଁ ଭିନ୍ନ ଭିନ୍ନ ମାନର ମାନଚିତ୍ରର
ପ୍ରସ୍ତୁତ କରାଯାଇଥାଏ I
Ø ବିଭିନ୍ନ
ପ୍ରକାରର ମାନଚିତ୍ରକୁ ପୁସ୍ତକ ଆକାରରେ ପ୍ରକାଶିତ ହେଲେ, ତାହାକୁ ‘ଆଟଲାସ’ କୁହାଯାଏ I
Ø ମାନଚିତ୍ର
ମୁଖ୍ୟତଃ ତିନି ପ୍ରକାରର, ଯଥା: ପ୍ରାକୃତିକ ମାନଚିତ୍ର, ରାଜନୈତିକ ମାନଚିତ୍ର, ଏବଂ ତଥ୍ୟାଭିତ୍ତିକ ବା ପ୍ରାସଙ୍ଗିକ
ମାନଚିତ୍ର I
Ø ପ୍ରାକୃତିକ
ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର:
କୁହାଯାଏ I ଏଥିରେ ମୁଖ୍ୟତଃ ପ୍ରକୃତି ସୃଷ୍ଟ ପର୍ବତ, ମାଳଭୂମି, ସମତଳ ଭୂମି,ନଦୀ, ସାଗର, ଅରଣ୍ୟ, ଜୀବଜନ୍ତୁ,ଜଳବାୟୁ ଆଦି ସ୍ଥାନ ପାଇଥାଏ I
Ø ଯେ
କୌଣସି ସ୍ଥାନର ପ୍ରାକୃତିକ ବିଭାଗ ବିଷୟରେ ଜାଣିବାକୁ ହେଲେ ସେ ସ୍ଥାନର ପ୍ରାକୃତିକ ମାନଚିତ୍ରର
ପଠନ ଆବଶ୍ୟକ I
Ø ରାଜନୈତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ
ରାଜନୈତିକ ମାନଚିତ୍ର କୁହାଯାଏ I ଏଥିରେ ମହାଦେଶ, ଦେଶ, ରାଜ୍ୟ, ଜିଲ୍ଲା, ରାଜଧାନୀ ତଥା
ବିଭିନ୍ନ ଅଞ୍ଚଳର ସୀମା ଦର୍ଶାଯାଇଥାଏ I
Ø ତଥ୍ୟାଭିତ୍ତିକ
ବା ପ୍ରାସଙ୍ଗିକ ମାନଚିତ୍ରରେ ଯେ କୌଣସି ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ I ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡକ ମାନଚିତ୍ର, ଅରଣ୍ୟ ମାନଚିତ୍ର ଆଦି ଗୋଟିଏ ଗୋଟିଏ
ପ୍ରାସଙ୍ଗିକ ମାନଚିତ୍ରର ଉଦାହରଣ I ସେହିପରି ବୃଷ୍ଟିପାତ ମାନଚିତ୍ରର
ଭାରତର ବିଭିନ୍ନ ଅଞ୍ଚଳର ହାରାହାରି ବୃଷ୍ଟିପାତ ସମ୍ବନ୍ଧରେ ଜଣାପଡିଥାଏ I
Ø ପ୍ରତ୍ୟେକ
ମାନଚିତ୍ରରେ ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ, ଯଥା: ଦୂରତା, ଦୂର ଓ
ସଂକେତ I
Ø ମାନଚିତ୍ରରେ
ବିଶାଳ ପୃଥିବୀକୁ ଏକ କାଗକ ମଧ୍ୟରେ ସୀମିତ କରାଯାଉଥିବା କାରଣରୁ ଏଠାରେ ମାନ ବା ସ୍କେଲର
ବ୍ୟବହାର କରାଯାଇଥାଏ I ପୃଥିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ
ଥିବା ଦୂରତ୍ଵକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟର ଦର୍ଶାଯାଇଥାଏ I
Ø ପୃଥିବୀ
ପୃଷ୍ଠର ୨ଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥିବା ସ୍ଥାନ ଦୁଇଟିର ଦୂରତାର
ଅନୁପାତକୁ ‘ମାନ’ କୁହାଯାଏ I ପ୍ରତ୍ୟେକ
ମାନଚିତ୍ରରେ ଭିନ୍ନ ଭିନ୍ନ ମାନ ବ୍ୟବହାର କରାଯାଇ ଏହାର ସୂଚନା ଦିଆଯାଇଥାଏ I
Ø ମାନଭିତ୍ତିରେ
ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ, ଯଥା: ବୃହତମାନ ବିଶିଷ୍ଠ ମାନଚିତ୍ର ଓ
କ୍ଷୁଦ୍ରମାନ ବିଶିଷ୍ଠ ମାନଚିତ୍ର I
Ø ବୃହତ
ମାନ ବିଶିଷ୍ଠ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର,ନଗର,ଗ୍ରାମ ଆଦି
ଦର୍ଶାଯାଇଥାଏ I ଏଥିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ I
Ø ପୃଥିବୀ, ମହାଦେଶ,ମହାସାଗର ତଥା
ବିଭିନ୍ନ ଦେଶର ମାନଚିତ୍ର କ୍ଷୁଦ୍ରମାନରେ ପ୍ରକାଶ କରାଯାଇଥାଏ ଛୋଟ କାଗଜରେ ବଡ ବଡ ଅଞ୍ଚଳକୁ ଦର୍ଶାଯାଇଥିବାରୁ ଏଥିରୁ
ସବିଶେଷ ବିବରଣୀ ମିଳି ନ ଥାଏ I I
Ø ପ୍ରାୟ
ପ୍ରତ୍ୟେକ ମାନଚିତ୍ରର ଦକ୍ଷିଣ ପାର୍ଶ୍ଵର ଉପରି ଭାଗରେ ଯେଉଁ ତୀର ଚିହ୍ନ ଥାଏ,
ତାହାକୁ ଦିଗ ସୂଚକ ରେଖା ବା ଉତ୍ତର ରେଖା କୁହାଯାଏ I ଏହା ଉତ୍ତର
ଦିଗକୁ ଦର୍ଶାଇଥାଏ I
Ø ମାନଚିତ୍ରର
ଉପରି ଭାଗ ଉତ୍ତର ଓ ନିମ୍ନ ଭାଗ ଦକ୍ଷିଣ ଦିଗ ହୋଇଥିବାରୁ ମାନଚିତ୍ର ଆଡ଼କୁ ମୁହଁ କରି ଛିଡା
ହେଲେ ଆମର ଡାହାଣ ହାତ ପୂର୍ବ ଦିଗକୁ ଓ ବାମ ହାତ ପଶ୍ଚିମ ଦିଗକୁ ରହିଥାଏ I ଏହି ମୁଖ୍ୟ ଦିଗଗୁଡିକର ଆଉ ଚାରୋଟି ମଧ୍ୟବର୍ତ୍ତୀ ଦିଗ ରହିଛି,ଯଥା: ଉତ୍ତର –ପୂର୍ବ(ଐଶାନ୍ୟ), ଦକ୍ଷିଣ-ପୂର୍ବ(ଅଗ୍ନି), ଦକ୍ଷିଣ –ପଶ୍ଚିମ(ନୈରତ) ଏବଂ ଉତ୍ତର –ପଶ୍ଚିମ(ବାୟୁ) ଦିଗ I
Ø ଯେ
କୌଣସି ସ୍ଥାନର ସଠିକ ଅବସ୍ଥିତି ଦର୍ଶାଇବା ପାଇଁ ମଧ୍ୟବର୍ତ୍ତୀ ଦିଗଗୁଡିକ ସାହାଯ୍ୟ
କରିଥାଆନ୍ତି I
Ø କମ୍ପାସ
ଯନ୍ତ୍ର ସାହାଯ୍ୟରେ ଦିଗ ନିରୂପଣ କରାଯାଇଥାଏ I
Ø କମ୍ପାସ
ଯନ୍ତ୍ରରେ ଲାଗିଥିବା ଚୁମ୍ବକୀୟ ସୂଚକର ଉପରେ ଥିବା ତୀର ଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ I
Ø ସ୍ଥିର
ଅବସ୍ଥାରେ କମ୍ପାସ ଯନ୍ତ୍ରଟି ସର୍ବଦା ଉତ୍ତର-ଦକ୍ଷିଣ ଦିଗ ହୋଇ ରହିଥାଏ I
Ø ମାନଚିତ୍ରରେ
ଘର, ରାସ୍ତା, ମନ୍ଦିର,ପୋଲ, ବୃକ୍ଷ ଆଦିର ଆକାର ସଠିକ ଭାବେ ଦର୍ଶାଇବା ସମ୍ଭବ ହେଉ ନ ଥିବାରୁ ଏଗୁଡିକୁ ଅକ୍ଷର, ଛାୟାଚିତ୍ର,ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତ ଦ୍ଵାରା ଦର୍ଶାଯାଇଥାଏ I
Ø ଆନ୍ତର୍ଜାତିକ ରାଜିନାମା ଅନୁସାରେ ପ୍ରତ୍ୟେକ
ମାନଚିତ୍ରରେ ପ୍ରତ୍ୟେକ ବିଷୟ ପାଇଁ ନିର୍ଦ୍ଧିଷ୍ଟ ସଂକେତ ବ୍ୟବହାର କରାଯାଏ I ଏହାକୁ ‘ପ୍ରଚଳିତ ସଙ୍କେତ’
କୁହାଯାଏ I କୌଣସି ଦେଶର ଭାଷା ନ ଜାଣିଲେ ମଧ୍ୟ ପ୍ରଚଳିତ ସଙ୍କେତ’ ସହାୟତାରେ ସେ ଦେଶର ଭୌଗୋଳିକ ତଥ୍ୟ ସମ୍ବନ୍ଧରେ ଆମେ ଅବଗତ ହୋଇପାରିବା I
Ø ସଙ୍କେତକୁ
ଛାଡି ମାନଚିତ୍ରରେ କେତେକ ଆନ୍ତର୍ଜାତିକ ରଙ୍ଗର ବ୍ୟବହାର କରାଯାଇଥାଏ I ନୀଳ ରଙ୍ଗ ଦ୍ଵାରା ଜଳରାଶିକୁ ସୂଚାଉଥିବା ବେଳେ ଗାଢ ନୀଳରଙ୍ଗ
ଗଭୀର ଜଳରାଶି, ହାଲୁକା ନୀଳ ରଙ୍ଗ ଅଗଭୀର ଜଳରାଶି, ସବୁଜ ରଙ୍ଗ ସମତଳ ଭୂମି, ଗାଢ ବାଦାମୀ ରଙ୍ଗ ଉଚ୍ଚ
ପାର୍ବତ୍ୟ ଭୂମି ଓ ହାଲୁକା ବାଦାମୀ ରଙ୍ଗ ପାହାଡକୁ ସୁଚାଇଥାଏ I
Ø ରେଖା
ମାଧ୍ୟମରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବା ପାଇଁ କୌଣସି ‘ମାନ’ ବା ସ୍କେଲକୁ ବ୍ୟବହାର ନ କରି ଯେଉଁ ଚିତ୍ର ଅଙ୍କାଯାଏ,
ତାହାକୁ ‘ରେଖାଚିତ୍ର’
କୁହାଯାଏ I
Comments
Post a Comment