ଭୂଗୋଳ- ଷଷ୍ଟ ଶ୍ରେଣୀ(୧ମ ଅଧ୍ୟାୟ) ପୃଥିବୀ ଓ ସୌରଜଗତ ( Earth and The Solar
System)
Ø ମହାକାଶରେ
ଦେଖାଯାଉଥିବା ସୂର୍ଯ୍ୟ , ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜଳ ପିଣ୍ଡଗୁଡିକୁ
ମହାଜ Iଗତିକ ପିଣ୍ଡ କୁହାଯାଏ I
Ø ମହାକାଶରେ
ନିଜସ୍ଵ ଆଲୋକ ଓ ଉତ୍ତାପ ଥିବା ଉଜ୍ଜଳ ପିଣ୍ଡଗୁଡିକୁ ନକ୍ଷତ୍ର ବା ତାରକା କୁହାଯାଏ I
ଆମର ସୂର୍ଯ୍ୟ ମଧ୍ୟ ଏକ ନକ୍ଷତ୍ର I
Ø ସୂର୍ଯ୍ୟ
ହେଉଛି ଆମର ନିକଟତମ ନକ୍ଷତ୍ର I ମିଞ୍ଜି ମିଞ୍ଜି ହୋଇ ଦେଖାଯାଉଥିବା ନକ୍ଷତ୍ର ବା
ତାରକାଗୁଡିକ ଆମ ସୂର୍ଯ୍ୟ ଠାରୁ ସହସ୍ର ଗୁଣରେ
ବଡ I
Ø ମହାଜ Iଗତିକ
ପିଣ୍ଡଗୁଡିକର ଦୁରତ୍ଵକୁ ଜ୍ୟୋତିର୍ବିଜ୍ଞାନୀମାନେ ‘ଆଲୋକ ବର୍ଷ ’ ସାହାଯ୍ୟରେ ମାପିଥାଆନ୍ତି I
Ø ଆଲୋକ
ବର୍ଷ : ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩ ,୦୦ ,୦୦୦ କି ଲୋମି ଟର
ବେଗରେ ଗତି କରେ I ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୁରତ୍ଵ ଅତିକ୍ରମ
କରେ , ତାହାକୁ ଏକ ଆଲୋକ ବର୍ଷ କୁହାଯାଏ I
ଅର୍ଥାତ ଏକ ଆଲୋକ ବର୍ଷ = ୩ ,୦୦ ,୦୦୦ ×୬୦ × ୬୦ ×୨୪ × ୩୬୫କି ॰ ମି ॰
Ø ମହାକାଶରେ
ଆମ ସୂର୍ଯ୍ୟ ଭଳି କେତେକ ନକ୍ଷତ୍ର ବା
ତାରକାଗୁଡିକ ପାଖାପାଖି ହୋଇ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥାଆନ୍ତି I ଏହି ନକ୍ଷତ୍ର ସମୂହକୁ ନକ୍ଷତ୍ର ମଣ୍ଡଳ ବା
ନକ୍ଷତ୍ର ପୁଞ୍ଜ( Constellation) କୁହାଯାଏ I ସପ୍ତର୍ଷି ମଣ୍ଡଳ , କ୍ଷୁଦ୍ର ସପ୍ତର୍ଷି ମଣ୍ଡଳ (ଶିଶୁମାର)
ଏହାର ଉଦାହରଣ ଅଟେ I
Ø ସପ୍ତର୍ଷି
ମଣ୍ଡଳ ଆକାରରେ ଦେଖିବାକୁ ପ୍ରଶ୍ନବାଚୀ ( ?) ଚିହ୍ନ ପରି I ଏଥିରେ
ସାତଟି ନକ୍ଷତ୍ର ପୁରାଣ ବର୍ଣ୍ଣିତ ସପ୍ତ ଋଷି
ଯଥା: କ୍ରତୁ , ପୁଲହ , ପୁଲସ୍ତ୍ୟ ,
ଅତ୍ରି , ଅଙ୍ଗିରା , ବଶିଷ୍ଠ ଓ ମରୀଚିଙ୍କ
ନାମରେ ନାମିତ I
Ø ପୁଲହ ଓ
କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ
ଯୋଗ କରି କ୍ରତୁ ଦିଗରେ ଉତ୍ତରକୁ ବଢାଇଲେ ଯେଉଁ ଉଜ୍ଜଳ ତାରକା ନିକଟରେ ପହଞ୍ଚିବ ,
ସେହି ତାରକାଟି ହେଉଛି ଧ୍ରୁବତାରା I
Ø ପୁରାତନ
ସମୟରେ ନାବିକମାନେ ଧ୍ରୁବତାରାକୁ ଲକ୍ଷ୍ୟ କରି ଉତ୍ତର ଦିଗ ନିର୍ଣ୍ଣୟ କରୁଥିଲେ I
ଏହା ସର୍ବଦା ଉତ୍ତର ଦିଗରେ ସ୍ଥିର ଭାବେ ରହିଥିବାର ଜଣାପଡୁଥିବାରୁ ଏହାକୁ ମେରୁ ତାରା ମଧ୍ୟ
କୁହାଯାଏ I
Ø କେତେକ
ମହାଜାଗତିକ ପିଣ୍ଡ ତାରକା ପରି ଦେଖାଯାଉଥିଲେ ମଧ୍ୟ ସେମାନଙ୍କର ନିଜସ୍ଵ ଆଲୋକ ଓ ଉତ୍ତାପ ନ ଥାଏ
I ସେଗୁଡିକ ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ ହୋଇ ସ୍ଥିର ଆଲୋକ ଦେଇଥାନ୍ତି I ଏଗୁଡିକୁ ଗ୍ରହ କୁହାଯାଏ I ଆମ ପୃଥିବୀ ଏହି ପରି ଏକ ଗ୍ରହ I
·
ସୌରଜଗତ (Solar System)
Ø ଆମ
ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଏକ ପରିବାର ଅଛି I ଏଥିରେ ଆଠଟି ଗ୍ରହ ,
ତିନୋଟି ବାମନ ଗ୍ରହ , ଅନେକ ଉପଗ୍ରହ ,
ଗ୍ରହାଣୁପୁଞ୍ଜ , ଅସଂଖ୍ୟ ତାରକା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଭାବରେ
ରହିଛନ୍ତି I ଏହାକୁ ସୌରଜଗତ କୁହାଯାଏ I
Ø ସୂର୍ଯ୍ୟ
ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ଅଟେ I ଏହା ସୌରଜଗତର କେନ୍ଦ୍ରରେ ଅବସ୍ଥିତ I ପୃଥିବୀ ଠାରୁ ସୂର୍ଯ୍ୟଙ୍କର ଦୂରତ୍ଵ ପ୍ରାୟ ୧୫୦ ନିୟୁତ କି ଲୋ ମିଟର I
Ø ସୂର୍ଯ୍ୟ Iଲୋକ
ପୃଥିବୀପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୮ ମିନିଟ ସମୟ ଲାଗିଥାଏ I
Ø ସୂର୍ଯ୍ୟଙ୍କର
ଆୟତନ ପୃଥିବୀର ଆୟତନ ଠାରୁ ୧୩ ଲକ୍ଷ ଗୁଣ ବଡ I
Ø କ୍ରମ
ଅନୁସାରେ ସୂର୍ଯ୍ୟଙ୍କ ଠାରୁ ଦୂରରେ ଥିବା ଗ୍ରହ ଗୁଡିକ ହେଉଛି –
ବୁଧ , ଶୁକ୍ର , ପୃଥିବୀ , ମଙ୍ଗଳ , ବୃହସ୍ପତି , ଶନି , ୟୁରେନ୍ସ ଓ ନେପଚୁନ I
Ø ଏହି
ଆଠଟି ଗ୍ରହ ସୂର୍ଯ୍ୟଙ୍କ ଚାରିପାଖେ ନିଜ ନିଜର ନିର୍ଦ୍ଧିଷ୍ଟ କକ୍ଷ ପଥରେ ପରିକ୍ରମଣ କରୁଥାନ୍ତି
I ଏହି କକ୍ଷ ପଥଗୁଡିକ ଉପବୃତ୍ତାକାର ଅଟେ I
Ø ପରିକ୍ରମଣ
ସଙ୍ଗେ ସଙ୍ଗେ ଗ୍ରହଗୁଡିକ ନିଜର ଅକ୍ଷ ଚାରିପଟେ ମଧ୍ୟ ଘୂରୁଥାଆନ୍ତି I
ଏହାକୁ ଆବର୍ତ୍ତନ କୁହାଯାଏ I
Ø ଆୟତନ ଅନୁସାରେ ପ୍ଲୁଟୋ ର ଆକାର ସାନ ତଥା ଗ୍ରହ ନିମନ୍ତେ ଥିବା ଆବଶ୍ୟକୀୟ ମାନଦଣ୍ଡକୁ ପୂରଣ କରିପାରୁ ନଥିବାରୁ ଆନ୍ତର୍ଜାତିକ
ଖଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ୨୦୦୬ ମସିହାରେ ପ୍ଲୁଟୋକୁ ଏକ ବାମନ ଗ୍ରହ କହି ସୌରଜଗତରୁ ବାଦ ୍VIDEO
ଦେଇଛନ୍ତି I
Ø ପ୍ଲୁଟୋ
ବ୍ୟତୀତ ସେରିସ ଓ ୟୁବି ୩୧୩ ( UB 313 ) ଗ୍ରହ ଦୁଇଟି ବାମନ ଗ୍ରହ ରୂପେ ପରିଗଣିତ I
Ø ପ୍ରତ୍ୟେକ
ମହାଜାଗତିକ ପିଣ୍ଡ ନିଜର କେନ୍ଦ୍ର ଆଡକୁ ଆକର୍ଷଣ କରୁଥିବା ଶକ୍ତିକୁ ମାଧ୍ୟାକର୍ଷଣ ଶକ୍ତି
କୁହାଯାଏ I
Ø ମହାଜାଗତିକ
ପିଣ୍ଡମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଶକ୍ତିକୁ ମହାକର୍ଷଣ ଶକ୍ତି କୁହାଯାଏ I
ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ଯୋଗୁଁ ସୌରଜଗତର
ସମସ୍ତ ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରିଥାଆନ୍ତି I
Ø ସୂର୍ଯ୍ୟଙ୍କର
ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ୨୭ ଗୁଣ ଅଧିକ ଅଟେ I
Ø ପୃଥିବୀ
ସମେତ ଅନ୍ୟ ଗ୍ରହଗୁଡିକ ସୂର୍ଯ୍ୟଙ୍କୁ ପଶ୍ଚିମରୁ ପୂର୍ବକୁ ପ୍ରଦକ୍ଷିଣ କରୁଥିବା ବେଳେ କେବେଳ
ଶୁକ୍ର ଓ ୟୁରେନ୍ସ ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ପୂର୍ବରୁ ପଶ୍ଚିମକୁ ପ୍ରଦକ୍ଷିଣ କରିଥାଆନ୍ତି I
Ø ଆୟତନ
ଅନୁସାରେ ସୌରଜଗତର ସବୁଠାରୁ ବଡ ଓ ସାନ ଗ୍ରହ ଦ୍ୱୟ ହେଉଛନ୍ତି ବୃହସ୍ପତି ଓ ବୁଧ I
Ø ଶନି
ଗ୍ରହ ଚାରିପାଖେ ବଳୟ ଥିବାରୁ ଏହାକୁ ବଳୟ ଗ୍ରହ ରୂପେ ପରିଚିତ I
Ø ଶନି
ଗ୍ରହ ବ୍ୟତୀତ ବୃହସ୍ପତି ଓ ୟୁରେନ୍ସ ଗ୍ରହର
ମଧ୍ୟ ବଳୟ ଅଛି I
Ø ବୁଧ ,
ଶୁକ୍ର , ପୃଥିବୀ ଓ
ମଙ୍ଗଳ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୋଇଥିବାରୁ ଏଗୁଡିକୁ ଅନ୍ତଃଗ୍ରହ କୁହାଯାଏ I
Ø ବୃହସ୍ପତି, ଶନି , ୟୁରେନ୍ସ ଓ
ନେପଚୁନ ସୂର୍ଯ୍ୟଙ୍କ ଠାରୁ ଦୂରରେ ଅବସ୍ଥିତ ହୋଇଥିବାରୁ ଏଗୁଡିକୁ ବହିଗ୍ରହ କୁହାଯାଏ I
v ପୃଥିବୀ (The Earth)
Ø ଆମ
ପୃଥିବୀ ଆୟତନରେ ସୌରଜଗତର ୫ମ ବୃହତ୍ତମ ଗ୍ରହ ଅଟେ I
Ø ସୂର୍ଯ୍ୟଙ୍କ
ଠାରୁ ଦୂରତା କ୍ରମରେ ଏହା ବୁଧ ଓ ଶୁକ୍ର ପରେ ଅବସ୍ଥିତ I
Ø ପୃଥିବୀର
ଉତ୍ତର ବିନ୍ଦୁକୁ ଉତ୍ତର ମେରୁ ଓ ଦକ୍ଷିଣ ବିନ୍ଦୁକୁ ଦକ୍ଷିଣ ମେରୁ କୁହାଯାଏ I
ଉଭୟ ମେରୁକୁ କେନ୍ଦ୍ର ସହ ଯୋଗ କରି ଯେଉଁ କାଳ୍ପନିକ ରେଖା କଲ୍ପନା କରାଯାଏ , ତାହା ପୃଥିବୀର ଅକ୍ଷ ବା ମେରୁଦଣ୍ଡ I
Ø ପୃଥିବୀର
ଉତ୍ତର ଉତ୍ତର ଓ ଦକ୍ଷିଣ ମେରୁ ସାମାନ୍ୟ ଚେପଟା ଓ ମଧ୍ୟ ଭାଗ ସ୍ଫୀତ ହୋଇଥିବାରୁ ଏହାର ମେରୁ
ବ୍ୟାସ ଓ ବିଷୁବ ବ୍ୟାସ ସମାନ ନୁହେଁ I
Ø ପୃଥିବୀର ଆକାର ଏକ ଅଭିଗତ ଗୋଲକ ପରି I
ତେଣୁ ଆକାର ଅନୁସାରେ ଏହାକୁ ଭୂଆକୃତିକି ବା ପୃଥ୍ବୀରୂପ ବୋଲି କୁହାଯାଏ I
Ø ପୃଥିବୀପୃଷ୍ଠର ଚାରି ଭାଗରୁ ତିନି ଭାଗ ଜଳ ଦ୍ଵାରା
ଆଚ୍ଛାଦିତ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ ବୋଲି
କୁହାଯାଏ I
Ø ମହାକାଶରୁ
ପୃଥିବୀର ରଙ୍ଗ ନୀଳ ଦେଖା ଯାଉଥିବାରୁ ଏହାକୁ ନୀଳ ଗ୍ରହ ବୋଲି ମଧ୍ୟ କୁହାଯାଏ I
Ø ପୃଥିବୀପୃଷ୍ଠରେ
ଅତ୍ୟଧିକ ଥଣ୍ଡା ବା ଗରମ ଅନୁଭୂତ ହୁଏ ନାହିଁ I ଜୀବଜଗତ ନିମନ୍ତେ ଆବଶ୍ୟକୀୟ ଜଳ , ବାୟୁ ଓ ଅନ୍ୟାନ୍ୟ ଉପାଦାନ ଥିବାରୁ ଏଠାରେ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳ
ହୋଇପାରିଛି I ତେଣୁ ଏହାକୁ ସୌରଜଗତର ଅଦ୍ଵିତୀୟ ଗ୍ରହ ବୋଲି କୁହାଯାଏ I
v ଚନ୍ଦ୍ର
( The Moon)
Ø ପୃଥିବୀର
ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର I ଆୟତନରେ ଏହା ପୃଥିବୀର ପ୍ରାୟ ୪୯ ଭାଗରୁ ଏକ ଭାଗ I
Ø ଚନ୍ଦ୍ରର
ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ୬ ଭାଗରୁ ଏକ ଭାଗ ଅଟେ I
Ø ଚନ୍ଦ୍ରପୃଷ୍ଠରେ
ଅନେକ ଶିଳା , ସୁପ୍ତ ଆଗ୍ନେୟଗିରି , ଗହ୍ଵର , ପର୍ବତ ଓ ଧୂସର ବର୍ଣ୍ଣର ବାଲୁକା ରାଶି ଦେଖାଯାଏ I
Ø ଚନ୍ଦ୍ର
ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ଓ ପୃଥିବୀ ଚାରିପଟେ ପରିକ୍ରମା କରିବା ପାଇଁ ପ୍ରାୟ ୨୭ ଦିନ
୮ ଘଣ୍ଟା ସମୟ ନେଇଥାଏ I ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ପ୍ରାୟ ସମାନ
ଥିବାରୁ ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ହିଁ ଦେଖିଥାଉ I
Ø ଚନ୍ଦ୍ରପୃଷ୍ଠରେ
ଅବତରଣ କରିଥିବା ପ୍ରଥମ ମହାକାଶଚାରୀ ହେଉଛନ୍ତି ଋଷିଆର ନୀଲ ଆର୍ମଷ୍ଟ୍ରଙ୍ଗ I
Ø ଚନ୍ଦ୍ର
ହେଉଛି ପୃଥିବୀର ପ୍ରାକୃତିକ ଉପଗ୍ରହ I ବୈଜ୍ଞାନିକମାନେ ବିଶ୍ଵବ୍ରହ୍ମାଣ୍ଡ ବିଷୟରେ
ଜାଣିବା ପାଇଁ ଏବଂ ଯୋଗାଯୋଗ ସ୍ଥାପନ ତଥା
ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ କୃତ୍ରିମ ଉପଗ୍ରହ ତିଆରି କରି ମହାକାଶକୁ ପଠାଉଛନ୍ତି I
ଏଗୁଡିକ ରକେଟ ମାଧ୍ୟମରେ ପ୍ରେରିତ ହୋଇ ପୃଥିବୀପୃଷ୍ଠରୁ ଉର୍ଦ୍ଧରେ ନିଜସ୍ଵ
କକ୍ଷ ପଥରେ ସ୍ଥାପିତ ହୋଇଥାଆନ୍ତି I INSAT, IRS ଇତ୍ୟାଦି ହେଉଛି କୃତ୍ରିମ ଉପଗ୍ରହଗୁଡିକର ଉଦାହରଣ I
Ø ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ‘ଚନ୍ଦ୍ରଯାନ-୧ ’ ମାଧ୍ୟମରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି I ଏଥି
ମଧ୍ୟରେ ୨୦୦୯ରେ ଭାରତ ISRO ସହାୟତାରେ ଚନ୍ଦ୍ରଯାନ-୨ ପରୀକ୍ଷା କରିସାରିଛି I
v ଗ୍ରହାଣୁପୁଞ୍ଜ ( Asteroid)
Ø ସୌରଜଗତରେ
ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅନେକ ଛୋଟ ଛୋଟ ଉଜ୍ଜଳ ପିଣ୍ଡ ବା ଗ୍ରହାଣୁ
ନିର୍ଦ୍ଧିଷ୍ଟ କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥାଆନ୍ତି I
ଏଗୁଡିକୁ ଗ୍ରହାଣୁପୁଞ୍ଜ ( Asteroid) କୁହାଯାଏ I
v ଧୂମକେତୁ( Comets)
Ø ସୌରଜଗତରେ
ଏକ ଭିନ୍ନ ଧରଣର ଜ୍ୟୋତିଷ୍କ ଦେଖାଯାନ୍ତି ଯାହାର ସମ୍ମୁଖ ଭାଗ ଏକ ଝାପସା କୁହୁଡି ଭଳି ଆବରଣ
ଦ୍ଵାରା ଆବୃତ I ପଶ୍ଚାତ ଭାଗ ବହୁ ଦୂରକୁ ଲାଞ୍ଜ ପରି ବିସ୍ତୃତ ହୋଇଥିବାରୁ ଏହାକୁ
ଲଞ୍ଜାତରା ବା ଧୂମକେତୁ ବୋଲି କୁହାଯାଏ I
Ø ଧୂମକେତୁର
ଅଗ୍ରଭାଗ କେତେକ କ୍ଷୁଦ୍ର କ୍ଷୁଦ୍ର ଜଡ କଣିକାରେ ଗଠିତ I ଏହି ଜଡ କଣିକାର
ଘର୍ଷଣ ଫଳରେ ତାପ ଓ ଆଲୋକ ବିଚ୍ଛୁରିତ ହେଉଥିବାରୁ ଏଗୁଡିକ ଜ୍ୟୋତିଷ୍କ ପରି ମନେ ହୁଅନ୍ତି I
Ø ସୂର୍ଯ୍ୟର
ଉତ୍ତାପ ଯୋଗୁଁ ଧୂମକେତୁର ସମ୍ମୁଖ ଭାଗରେ ଥିବା ପଦାର୍ଥ ବାଷ୍ପୀଭୂତ ହୋଇ ଅଗ୍ନି ସୃଷ୍ଟି ହୁଏ ଓ
ଏଥିରୁ ଏକ ଦୀର୍ଘ ଲାଞ୍ଜ ବାହାରିଥାଏ I ଯେତେବେଳେ ଏମାନେ ପୃଥିବୀର ନିକଟକୁ ଚାଲିଆସନ୍ତି
ସେତେବେଳେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବପର ହୋଇଥାଏ I
Ø ବେଳେ
ବେଳେ ଧୂମକେତୁ କୌଣସି ବଡ ଗ୍ରହ ଓ ନକ୍ଷତ୍ର ନିକଟକୁ ଆସି ଯାଉଥିବାରୁ ଏହାର କିଛି ଅଂଶ ଧ୍ଵଂସ
ପାଇଥାଏ ଓ ତାହା ପୃଥିବୀପୃଷ୍ଠରେ ପଡିଥାଏ I
v ଉଲକା (Meteor)
Ø ରାତିରେ
କେବେ କେବେ ଆକାଶରୁ ଉଜ୍ଜଳ ଆଲୋକପିଣ୍ଡଟିଏ ତୀବ୍ର ଗତିରେ ପୃଥିବୀକୁ ଖସି ପଡିଥାଏ I ଏହାକୁ ଆମେ ତାରା ଖସିଲା ବୋଲି କହିଥାଉ
କିନ୍ତୁ ପ୍ରକୃତରେ ଏଗୁଡିକ ଧୂମକେତୁର ଭଗ୍ନାବଶେଷ ଅଟେ I ଏଗୁଡିକ ଛୋଟ
ଶିଳା ଖଣ୍ଡ I
Ø ମହାକାଶରେ
ଅନିୟମିତ ଭାବେ ଧୂମକେତୁର ଭଗ୍ନାବଶେଷ ଛୋଟ ଶିଳା ଖଣ୍ଡଗୁଡିକ ଘୁରି ବୁଲୁଥିବା ବେଳେ ପୃଥିବୀର
ଖୁବ ନିକଟକୁ ଚାଲିଆସନ୍ତି I ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ଆକର୍ଷିତ
ହୋଇ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ବାୟୁ ସହ ଘର୍ଷଣ ଯୋଗୁଁ ଏଗୁଡିକ ଉତ୍ତପ୍ତ ହୋଇ ଜଳି
ଉଠନ୍ତି I ଏହି ଆଲୋକ ପିଣ୍ଡଗୁଡିକୁ ଉଲକା କୁହାଯାଏ I
Ø ଛୋଟ ଛୋଟ
ଉଲକା ପିଣ୍ଡଗୁଡିକ ଆକାଶରେ ସଂପୂର୍ଣ୍ଣ ଜଳି ଯାଆନ୍ତି ମାତ୍ର ବଡ ବଡ ଉଲକାଗୁଡିକ ସଂପୂର୍ଣ୍ଣ
ଜଳି ନ ପାରି ପୃଥିବୀରେ ପଡି ଗର୍ତ୍ତ ସୃଷ୍ଟି କରିଥାଆନ୍ତି I
v ନୀହାରିକା
(Nebula)
Ø ସୂର୍ଯ୍ୟ
ପରି ଅନେକ ନକ୍ଷତ୍ର ବା ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନିହାରିକା ଗଠିତ I ଏଥିରୁ କେତେକ ଗୋଲାକାର ଓ କେତେକ ଚେପଟା I ଗୋଟିଏ ଗୋଟିଏ
ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ I
v ଛାୟାପଥ (Galaxy)
Ø ଶୀତଦିନେ
ଆକାଶରେ ଉତ୍ତର ଦକ୍ଷିଣ ଭାବେ ଧଳା ଦିଶୁଥିବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ I ଏହା ଅନେକ ନକ୍ଷତ୍ରପୁଞ୍ଜ ବା ନୀହାରିକାକୁ ନେଇ ଗଠିତ ଆଇ ଏହାକୁ ଛାୟାପଥ କୁହାଯାଏ I
ଆମ ସୌରଜଗତ ‘ଆକାଶ ଗଙ୍ଗା ‘
ଛାୟାପଥରେ ଅବସ୍ଥିତ I
Ø ଅନେକ
ଛାୟାପଥ , ନୀହାରିକା ବା ନକ୍ଷତ୍ରପୁଞ୍ଜ , ତାରକା ବା
ନକ୍ଷତ୍ର , ଗ୍ରହ , ଗ୍ରହାଣୁପୁଞ୍ଜ ,ଉପଗ୍ରହ ,ଉଲକା , ଧୂମକେତୁ ଆଦିକୁ
ନେଇ ଆମ ଏ ବିଶାଳ ବିଶ୍ଵବ୍ରହ୍ମାଣ୍ଡ( Universe) ଗଠିତ I
***
ଅଭ୍ୟାସ ପ୍ରଶ୍ନୋତ୍ତର (ପୃଥିବୀ ଓ ସୌରଜଗତ)
ଭୂଗୋଳ -ଷଷ୍ଠ ଶ୍ରେଣୀ
୧. ନିମ୍ନଲିଖିତ
ପ୍ରଶ୍ନଗୁଡିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ ।
( କ) ସୌରଜଗତ କହିଲେ କ ’ଣ ବୁଝ ?
ଉତ୍ତର: ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଏକ ପରିବାର ଅଛି I ଏଥିରେ ଆଠଟି ଗ୍ରହ , ତିନୋଟି ବାମନ ଗ୍ରହ , ଅନେକ ଉପଗ୍ରହ , ଗ୍ରହାଣୁପୁଞ୍ଜ ,
ଅସଂଖ୍ୟ ତାରକା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଭାବରେ ରହିଛନ୍ତି I
ଏହାକୁ ସୌରଜଗତ କୁହାଯାଏ I
(ଖ) ଦୂରତା କ୍ରମରେ ସୌରଜଗତର ଗ୍ରହଗୁଡ଼ିକର ନାମ ଲେଖ ।
ଉତ୍ତର: କ୍ରମ ଅନୁସାରେ ସୂର୍ଯ୍ୟଙ୍କ ଠାରୁ ଦୂରରେ ଥିବା ଗ୍ରହ ଗୁଡିକ
ହେଉଛି – ବୁଧ , ଶୁକ୍ର , ପୃଥିବୀ , ମଙ୍ଗଳ , ବୃହସ୍ପତି , ଶନି , ୟୁରେନ୍ସ ଓ ନେପଚୁନ I
(ଗ) ପୃଥିବୀକୁ କାହିଁକି ଅଦ୍ଵିତୀୟ ଗ୍ରହ କୁହାଯାଏ ?
ଉତ୍ତର: ଜୀବଜଗତ ସୃଷ୍ଟି
ନିମନ୍ତେ ଆବଶ୍ୟକୀୟ ଜଳ , ବାୟୁ ଓ ଅନ୍ୟାନ୍ୟ ଉପାଦାନ ପୃଥିବୀ ପୃଷ୍ଠରେ ରହିଅଛି
I ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳ ହୋଇଥିବାରୁ
ପୃଥିବୀକୁ ସୌରଜଗତର ଅଦ୍ଵିତୀୟ ଗ୍ରହ ବୋଲି କୁହାଯାଏ I
( ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ
ହିଁ ଦେଖୁ କାହିଁକି ?
ଉତ୍ତର:ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ପ୍ରାୟ ସମାନ (୨୭ ଦିନ ୮
ଘଣ୍ଟା) ହୋଇଥିବାରୁ ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ହିଁ ଦେଖିଥାଉ I
( ଙ ) ବିଶ୍ଵବ୍ରହ୍ମାଣ୍ଡ କାହାକୁ
ନେଇ ଗଠିତ ?
ଉତ୍ତର: ଅନେକ ଛାୟାପଥ ,
ନୀହାରିକା ବା ନକ୍ଷତ୍ରପୁଞ୍ଜ , ତାରକା ବା ନକ୍ଷତ୍ର , ଗ୍ରହ , ଗ୍ରହାଣୁପୁଞ୍ଜ , ଉପଗ୍ରହ , ଉଲକା , ଧୂମକେତୁ ଆଦିକୁ ନେଇ ବିଶାଳ ବିଶ୍ଵବ୍ରହ୍ମାଣ୍ଡ ଗଠିତ I
( ଚ) ଉପଗ୍ରହ କାହାକୁ କୁହାଯାଏ ?
ଉତ୍ତର: ଏକ ନିର୍ଦ୍ଧିଷ୍ଟ କଷ ପଥରେ ଗ୍ରହମାନଙ୍କ ଚାରିପାଖେ ପରିକ୍ରମଣ
କରୁଥିବା ମହାଜଗତିକ ପିଣ୍ଡଗୁଡିକୁ ଉପଗ୍ରହ କୁହାଯାଏ ।
(ଛ) ସପ୍ତର୍ଷିମଣ୍ଡଳ ସାହାଯ୍ୟରେ
ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?
ଉତ୍ତର: ସପ୍ତର୍ଷିମଣ୍ଡଳରେ
ଥିବା ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗ କରି କ୍ରତୁ ଦିଗରେ ଉତ୍ତରକୁ ଅଗ୍ରସର କଲେ
ଧ୍ରୁବତାରାର ଅବସ୍ଥିତି ନିର୍ଣ୍ଣୟ କରିହେବ I
(ଜ) ଚନ୍ଦ୍ରପୃଷ୍ଠ କେଉଁ କେଉଁ ଉପାଦାନରେ ଗଠିତ ?
ଉତ୍ତର: ଅନେକ ଶିଳା , ସୁପ୍ତ
ଆଗ୍ନେୟଗିରି , ଗହ୍ଵର , ପର୍ବତ ଓ ଧୂସର
ବର୍ଣ୍ଣର ବାଲୁକା ରାଶିକୁ ନେଇ ଚନ୍ଦ୍ରପୃଷ୍ଠ ଗଠିତ I
(ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?
ଉତ୍ତର: ସୌରଜଗତରେ ମଙ୍ଗଳ
ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅନେକ ଛୋଟ ଛୋଟ ଉଜ୍ଜଳ ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଧିଷ୍ଟ
କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥାଆନ୍ତି I ଏଗୁଡିକୁ ଗ୍ରହାଣୁପୁଞ୍ଜ କୁହାଯାଏ I
(ଞ) ଛାୟାପଥ କହିଲେ କ ’ଣ ବୁଝ ?
ଉତ୍ତର: ମହାକାଶରେ ଅସଂଖ୍ୟ ନକ୍ଷତ୍ରପୁଞ୍ଜ ବା ନୀହାରିକାରୁ ସୃଷ୍ଟ ବିସ୍ତୃତ
ଆଲୋକପଥକୁ ଛାୟାପଥ କୁହାଯାଏ ।
୨.
ଶୂନ୍ୟସ୍ଥାନ ପୂରଣ କର ।
( କ) ଉଲକା _____ରେ ଗଠିତ ।
ଉତ୍ତର: ଛୋଟ ଶିଳା ଖଣ୍ଡ
(ଖ) ଆମ ସୌରଜଗତ ________
ଛାୟାପଥରେ ଅବସ୍ଥିତ ।
ଉତ୍ତର: ଆକାଶ ଗଙ୍ଗା
(ଗ) ଦୂରତା ଅନୁସାରେ _______ ଗ୍ରହ
ସୂର୍ଯ୍ୟଙ୍କର ନିକଟତମ ।
ଉତ୍ତର : ବୁଧ
(ଘ) ପୃଥିବୀର ______ଟି
ପ୍ରାକୃତିକ ଉପଗ୍ରହ ଅଛି ।
ଉତ୍ତର: ୧ଟି
(ଙ ) ମହାକାଶ ବିଜ୍ଞାନୀମାନେ ______ ଗ୍ରହକୁ ସୌରଜଗତରୁ ବାଦ୍ ଦେଇଛନ୍ତି ।
ଉତ୍ତର: ପ୍ଲୁଟୋ
୩. ନିମ୍ନଲିଖିତ ଉକ୍ତିଗୁଡିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ✓ ଚିହ୍ନ ଦିଅ ।
( କ) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ଅଛି ।
ଉତ୍ତର: ଠିକ୍ ( ✓ )
(ଖ) ଗ୍ରହମାନଙ୍କର କକ୍ଷ ପଥ ସଂପୂର୍ଣ୍ଣ ବୃତ୍ତାକାର ।
ଉତ୍ତର: ଭୁଲ୍ , ଠିକ୍ ଉତ୍ତର – ଊପବୃତ୍ତାକାର
(ଗ) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମଣ କରିଥାଆନ୍ତି ।
ଉତ୍ତର: ଠିକ୍ ( ✓ )
(ଘ) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ ।
ଉତ୍ତର: ଭୁଲ୍ , ଠିକ୍ ଉତ୍ତର – ୮୪ ବର୍ଷ
(ଙ ) କୃତ୍ରିମ ଉପଗ୍ରହଗୁଡିକ ପୃଥିବୀ ତଥା ଅନ୍ୟ ଗ୍ରହଗୁଡିକୁ ପରିକ୍ରମଣ କରିଥାଆନ୍ତି ।
ଉତ୍ତର: ଠିକ୍ ( ✓ )
୪. ନିମ୍ନଲିଖିତ ପ୍ରତ୍ୟେକ ଯୋଡା
ମଧ୍ୟରେ ପାର୍ଥକ୍ୟ ନିରୂପଣ କର ।
( କ) ଗ୍ରହ ଓ ନକ୍ଷତ୍ର
ଉତ୍ତର: ଗ୍ରହ ଓ ନକ୍ଷତ୍ର ଉଭୟେ ମହାଜାଗତିକ ପିଣ୍ଡ ହୋଇଥିଲେ ହେଁ ତାରକା
ବା ନକ୍ଷତ୍ରର ନିଜସ୍ଵ ଆଲୋକ ଓ ଉତ୍ତାପ ରହିଥିବା ବେଳେ ଗ୍ରହର ନିଜସ୍ଵ ଆଲୋକ ଓ ଉତ୍ତାପ ନ ଥାଏ I ଗ୍ରହଗୁଡିକ ନକ୍ଷତ୍ର ଠୁଁ ଆଲୋକ ଓ ଉତ୍ତାପ ପାଇଥାନ୍ତି I ମହାକାଶରେ ନକ୍ଷତ୍ରଗୁଡିକ ସ୍ଥିର ରହୁଥିବା ବେଳେ ଗ୍ରହମାନେ ନକ୍ଷତ୍ର ଚତୁଃପାର୍ଶ୍ଵରେ
ପରିକ୍ରମଣ କରିଥାଆନ୍ତି ।
(ଖ) ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ
ଉତ୍ତର: ଗ୍ରହ ଚତୁଃପାର୍ଶ୍ଵରେ ଏକ ନିର୍ଦ୍ଧିଷ୍ଟ କକ୍ଷରେ ପରିକ୍ରମଣ କରୁଥିବା
ମହାଜାଗତିକ ପିଣ୍ଡଗୁଡିକୁ ପ୍ରାକୃତିକ ଉପଗ୍ରହ କୁହାଯାଏ I ହେଲେ କୃତ୍ରିମ ଉପଗ୍ରହଗୁଡିକ ମନୁଷ୍ୟକୃତ I ବିଭିନ୍ନ ତଥ୍ୟ ଯୋଗାଡ
ନିମନ୍ତେ ଏଗୁଡିକ ରକେଟ ମାଧ୍ୟମରେ ପ୍ରେରିତ ହୋଇ ପୃଥିବୀ ପୃଷ୍ଠର ଉର୍ଦ୍ଧ୍ଵରେ ନିଜସ୍ଵ କଷ ପଥରେ
ସ୍ଥାପିତ ହୋଇଥାଆନ୍ତି I
(ଗ) ନକ୍ଷତ୍ର ଓ ନୀହାରିକା
ଉତ୍ତର: ମହାକାଶରେ ସ୍ଥିର ଭାବେ ମିଞ୍ଜି ମିଞ୍ଜି ହୋଇ ଆଲୋକ ଓ ଉତ୍ତାପ
ପ୍ରଦାନ କରୁଥିବା ମହାଜାଗତିକ ପିଣ୍ଡଗୁଡିକୁ ନକ୍ଷତ୍ର କୁହାଯାଏ I ହେଲେ ଅନେକ ଗୁଡିଏ ନକ୍ଷତ୍ର ପାଖାପାଖି ହୋଇ ମିଳିତ ଭାବେ ସୃଷ୍ଟି କରିଥିବା
ନକ୍ଷତ୍ର ପୁଞ୍ଜର ସମାହାରକୁ ନୀହାରିକା କୁହାଯାଏ
I
***
!! ଅତିରିକ୍ତ ପ୍ରଶ୍ନାବଳୀ
ସହ ପ୍ରଶ୍ନୋତ୍ତର !!
୧. ଶୂନ୍ୟସ୍ଥାନ ପୂରଣ
କର ।
(କ) ମହାକାଶରେ ଦେଖାଯାଉଥିବା
ସୂର୍ଯ୍ୟ , ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜଳ ପିଣ୍ଡଗୁଡିକୁ _______ କୁହାଯାଏ
I
ଉତ୍ତର: ମହାଜ I ଗତିକ ପିଣ୍ଡ
(ଖ) ମହାଜ I ଗତିକ ପିଣ୍ଡଗୁଡିକର ଦୁରତ୍ଵକୁ ଜ୍ୟୋତିର୍ବିଜ୍ଞାନୀମାନେ
________ ସାହାଯ୍ୟରେ ମାପିଥାଆନ୍ତି I
ଉତ୍ତର: ଆଲୋକ ବର୍ଷ
(ଗ) ସପ୍ତର୍ଷି ମଣ୍ଡଳ ଆକାରରେ ଦେଖିବାକୁ ________ ଚିହ୍ନ ପରି I
ଉତ୍ତର: ପ୍ରଶ୍ନବାଚୀ ( ?)
(ଘ) ସପ୍ତର୍ଷି ମଣ୍ଡଳ ______ ମାନଙ୍କ
ନାମରେ ନାମିତ I
ଉତ୍ତର: ସପ୍ତ ଋଷି
(ଙ ) ଅତୀତରେ ନବିକମାନେ ______ ତାରାକୁ ଦେଖି ଦିଗ ନିର୍ଣ୍ଣୟ କରୁଥିଲେ I
ଉତ୍ତର: ଧ୍ରୁବତାରା
(ଚ) ସୌରଜଗତରେ ______ଟି
ଗ୍ରହ ସୂର୍ଯ୍ୟଙ୍କୁ କେନ୍ଦ୍ର କରି ଘୂରି ବୁଲୁଛନ୍ତି I
ଉତ୍ତର: ଆଠଟି
( ଛ) ସୂର୍ଯ୍ୟ I ଲୋକ ପୃଥିବୀପୃଷ୍ଠରେ ପହଞ୍ଚିବାକୁ ପ୍ରାୟ _____ ସମୟ ଲାଗିଥାଏ I
ଉତ୍ତର: ୮ ମିନିଟ
( ଜ) ସୂର୍ଯ୍ୟଙ୍କର ଆୟତନ ପୃଥିବୀର
ଆୟତନ ଠାରୁ ଗୁଣ ବଡ I
ଉତ୍ତର: ୧୩ ଲକ୍ଷ
( ଝ) ପ୍ରତ୍ୟେକ ମହାଜାଗତିକ ପିଣ୍ଡ
ନିଜର କେନ୍ଦ୍ର ଆଡକୁ ଆକର୍ଷଣ କରୁଥିବା ଶକ୍ତିକୁ _______ କୁହାଯାଏ I
ଉତ୍ତର: ମାଧ୍ୟାକର୍ଷଣ ଶକ୍ତି
(ଞ) ମହାଜାଗତିକ ପିଣ୍ଡମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଶକ୍ତିକୁ _______ କୁହାଯାଏ I
ଉତ୍ତର: ମହାକର୍ଷଣ ଶକ୍ତି
( ଟ) ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି
ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ______ ଗୁଣ ଅଧିକ ଅଟେ I
ଉତ୍ତର: ୨୭ ଗୁଣ
( ଠ) ସୂର୍ଯ୍ୟଙ୍କ ଚାରିପଟେ ପୂର୍ବରୁ
ପଶ୍ଚିମକୁ _____ ଓ ______ ଗ୍ରହ ଦ୍ଵୟ ପ୍ରଦକ୍ଷିଣ କରିଥାଆନ୍ତି I
ଉତ୍ତର: ଶୁକ୍ର ଓ ୟୁରେନ୍ସ ଗ୍ରହ
( ଡ଼) ଚନ୍ଦ୍ରପୃଷ୍ଠରେ ଅବତରଣ
କରିଥିବା ପ୍ରଥମ ମହାକାଶଚାରୀ ହେଉଛନ୍ତି ________ I
ଉତ୍ତର : ନୀଲ ଆର୍ମଷ୍ଟ୍ରଙ୍ଗ , ଋଷିଆ
(ଢ) ହ୍ୟାଲି ଧୂମକେତୁ ପ୍ରତି ______ବର୍ଷରେ ଥରେ ପୃଥିବୀକୁ ଦୃଶ୍ୟମାନ ହୋଇଥାଏ I
ଉତ୍ତର: ୭୬ ବର୍ଷ
୨. ନିମ୍ନଲିଖିତ
ପ୍ରଶ୍ନଗୁଡିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ ।
(କ) ଆଲୋକ ବର୍ଷ କହିଲେ କ ’ ଣ ବୁଝ ?
ଉତ୍ତର: ମହାଜ I ଗତିକ ପିଣ୍ଡଗୁଡିକର ଦୁରତ୍ଵକୁ ଜ୍ୟୋତିର୍ବିଜ୍ଞାନୀମାନେ
‘ ଆଲୋକ ବର୍ଷ ’ ସାହାଯ୍ୟରେ
ମାପିଥାଆନ୍ତି I ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩ , ୦୦ , ୦୦୦ କି ଲୋମି ଟର ବେଗରେ ଗତି କରେ I ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୁରତ୍ଵ ଅତିକ୍ରମ କରେ ତାହାକୁ
ଏକ ଆଲୋକ ବର୍ଷ କୁହାଯାଏ I
(ଖ) ପୃଥିବୀର ଆବର୍ତ୍ତନ ଗତି କହିଲେ କ ’ଣ ବୁଝୁଛ ?
ଉତ୍ତର: ପୃଥିବୀ ନିଜର
ଅକ୍ଷ ଚାରିପଟେ ସର୍ବଦା ପଶ୍ଚିମରୁ ପୂର୍ବକୁ ଘୂର୍ଣ୍ଣନ କରୁଥାଏ I ଏହାକୁ ପୃଥିବୀର ଆବର୍ତ୍ତନ ଗତି କୁହାଯାଏ I
(ଗ) ପୃଥିବୀର ପରିକ୍ରମଣ ଗତି କ ’ଣ
?
ଉତ୍ତର: ପୃଥିବୀ ନିଜ ଅକ୍ଷ ଚାରିପଟେ
ଆବର୍ତ୍ତନ କରିବା ସହ ସୂର୍ଯ୍ୟଙ୍କ ଚାରିପାଖେ ଏକ ଊପବୃତ୍ତାକାର କକ୍ଷ ପଥରେ ଅହରହ ଘୂରି ବୁଲୁଥାଏ
I ସୂର୍ଯ୍ୟଙ୍କ
ଚାରିପାଖେ ପୃଥିବୀର ଏହି ଘୂର୍ଣ୍ଣନକୁ ପରିକ୍ରମଣ
ଗତି କୁହାଯାଏ I
(ଘ) ପ୍ଲୁଟୋ ଗ୍ରହକୁ ସୌରଜଗତରୁ
କାହିଁକି ବାଦ୍ ଦିଆଯାଇଛି ?
ଉତ୍ତର: ଆୟତନ ଅନୁସାରେ ପ୍ଲୁଟୋ ର ଆକାର ସାନ ତଥା ଗ୍ରହ ନିମନ୍ତେ ଥିବା ଆବଶ୍ୟକୀୟ ମାନଦଣ୍ଡକୁ ପୂରଣ କରିପାରୁ ନ ଥିବାରୁ ଆନ୍ତର୍ଜାତିକ ଖଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ୨୦୦୬ ମସିହାରେ
ପ୍ଲୁଟୋକୁ ଏକ ବାମନ ଗ୍ରହ କହି ସୌରଜଗତରୁ ବାଦ୍ ଦେଇଛନ୍ତି I
(ଙ ) ପୃଥିବୀର ମେରୁ ବ୍ୟାସ ଓ ବିଷୁବ ବ୍ୟାସ ସମାନ ନ ହେବାର
କାରଣ କ ’ ଣ ?
ଉତ୍ତର: ପୃଥିବୀର ଉତ୍ତର ଉତ୍ତର
ଓ ଦକ୍ଷିଣ ମେରୁ ସାମାନ୍ୟ ଚେପଟା ଓ ମଧ୍ୟ ଭାଗ ସ୍ଫୀତ ହୋଇଥିବାରୁ ଏହାର ମେରୁ ବ୍ୟାସ ଓ ବିଷୁବ
ବ୍ୟାସ ସମାନ ନୁହେଁ I
(ଚ) ପୃଥିବୀକୁ ଏକ ଜଳୀୟ ଗ୍ରହ କହିବାର
କାରଣ କ ’ ଣ ?
ଉତ୍ତର: ପୃଥିବୀପୃଷ୍ଠର ଚାରି
ଭାଗରୁ ତିନି ଭାଗ ଜଳ ଦ୍ଵାରା ଆଚ୍ଛାଦିତ ହୋଇଥିବାରୁ ଏହାକୁ ଏକ ଜଳୀୟ ଗ୍ରହ ବୋଲି କୁହାଯାଏ I
***
Play on Kahoot - https://create.kahoot.it/share/301f5f42-305c-4e1e-994e-b1a42e6aab5c
Comments
Post a Comment