|| ଚକା ଆଖି ||
କି ଅବା
ଲେଖିବି ସବୁ ତୋ ଦାନ
ଏ ଭାବନା ଆଉ ଏଇ ମୋ ଜୀବନ ||
ମୋ ଆଖି ଖୋଲିଲେ ଦେଖେ ମୁଁ ତୋତେ
ଆଖି ବୁଜି ଦେଲେ ଦିଶୁ ତୁ ମୋତେ ||
ବିଶ୍ୱ ବ୍ରହ୍ମ|ଣ୍ଡର ତୁ
ସୃଷ୍ଟି କର୍ତ୍ତା
କୋଟି ଜନତାର ଭାଗ୍ୟ ବିଧାତା ||
ପର ଆପଣାର ଭେଦ ନ ରଖି
ସଭିଙ୍କୁ
ଆଦରେ ଦେଖେ
ତୋ ଆଖି ||
ପାପ ପୁଣ୍ୟ ସବୁ ବସି ତୁ ଦେଖୁଛୁ
କର୍ମ ଅନୁଯାୟୀ ଫଳ ଦେଉଅଛୁ ||
ସବୁ ଜାଣିବି ତୁ କିଛି ବି ଜାଣୁନା
ଏ ଜୀବନ ମୂଲ୍ୟ- ହୀନ ତୋ ବିନା ||
ଆଜି ଏ ମଣିଷ ସ୍ତବ୍ଧ ହୋଇଛି
ନିଜେ ହିଁ ନିଜର ଶତ୍ରୁ ସାଜିଛି ||
ହାହାକାର ଆଜି
ଏଇ ଜଗତ
କାହିଁକି ନିରବ ହେ ଜଗନ୍ନାଥ ||
ତୋ ଠାରୁ ଦାନୀ କେ ନାହିଁ ଜଗତେ
ନ ମାଗି ବି ସବୁ ଦେଇଛୁ ମୋତେ ||
ଦୁନିଆ ହସିବ ହେଲେ ତୋ କୃପା
ଦୂର କର ପ୍ରଭୁ ମନରୁ ବ୍ୟଥା ||
ହେ ଚକା ଆଖି ସବୁ ତୋର ଦାନ
ସେବାରେ ତୋର ବିତି ଯାଉ ଦିନ ||
II ଜୟ ଜଗନ୍ନାଥ II
***
- ମମତା ମହାପାତ୍ର
~ କାଳିଆରେ ସବୁ ତୋରି ଲୀଳା ~
ଆହେ ଲୀଳାମୟ ମଙ୍ଗଳ ଆଳୟ
ଜଗତ ମଉଡ଼ମଣି,
ନୀଳାଚଳେ ରହି ଲୀଳା କରୁଥାଅ
ସବୁ ଦେଖି-ଜାଣି-ଶୁଣି l
ନିଜ ହାତେ ପ୍ରଭୁ ନିଜକୁ ଗଢ଼ିଲ
ଗମ୍ଭୀରା ମଧ୍ୟରେ ରହି,
ନିଜ ଇଚ୍ଛା ବଳେ ଅପୂର୍ଣ୍ଣ ରହିଲ
ଅଧାଗଢ଼ା ଦିଅଁ ହୋଇ l
ଭକତ ବିଦୂର ଶାଗଭଜା ଦେଇ
ତୋଷିନେଲା ପ୍ରଭୁ ମନ,
ଦାସିଆ ବାଉରୀ ଯାଚିଲା ନଡ଼ିଆ
ସ୍ୱ-ହସ୍ତରେ ନେଲ ପୁଣ l
ସାଲବେଗ ହୀନ ଜାତିରେ ଯବନ
ରଥରେ
ଦେଖିବା ପାଇଁ,
ରଥପରେ ରହି ରଥକୁ ରଖିଲ
ଭାବମୟ
ଭାବଗ୍ରାହୀ l
ଡାକିଲନି ବୋଲି ଯାତକୁ ତୁମର
କରିନି ମୁଁ ଅଭିମାନ,
କଳ୍ପନା ଚକ୍ଷୁକୁ କରିଛ ସମର୍ଥ
ତହିଁ
ଦିଅ ଦରଶନ l
ବିନା ଭକତିରେ ବୋଲାଏ ଭକତ
ତୋତେ ହଟିଆ ଠାକୁର,
କୃପାସିନ୍ଧୁ ତବ କୃପା କଳିବାକୁ
କାହିଁବା ଶକତି ମୋର l
ତୁମ ଲୀଳା ପ୍ରଭୁ ଅନନ୍ତ ଅପାର
ବ୍ୟାପ୍ତ ସର୍ବ ଚରାଚରେ,
ଭାବକୁ ନିକଟ ଅଭାବକୁ ଦୂର
ଜୟ
ଜଗଦୀଶ ହରେ ll
***
-
ପ୍ରୀତିପ୍ରିୟା ଦଳେଇ
II ମୋ କାଳିଆ ଠାକୁର II
ପ୍ରତି ବରଷରେ ଥରେ
ଆସେ ରଥ
ଦରଶନ
ଦିଅ ହେ ଜଗତର ନାଥ।।
କୃପାଭିକ୍ଷା ପାଇଁ
ବଢ଼ାଇଛି ହାତ
ପ୍ରଭୁ ତୁମେ ସାରାବିଶ୍ୱରେ
ବିଖ୍ୟାତ।।
ଜଗନ୍ନାଥ ତୁମେ
ଜଗତର ନାଥ
ଅନାଇ
ବସିଛି ତୁମରି ପଥ।।
ଆକୁଳେ ଡାକୁଛି ଭକତ
ଅନ୍ତର
ସାଉଁଟି
ନେବାକୁ ଆଶିଷ ତୁମ୍ଭର।।
ବାଇଶି ପାହାଛେ
ପଡିଛି ଅନାଇ
କୃପା ବରଷାଇବାରେ ବିଳମ୍ବ
କିମ୍ପାଇଁ II
ବେଶ ଯେ ତୁମ୍ଭର
ଦିଶେ ମନୋହର
ତୁମେ ପରା ମୋର କାଳିଆ ଠାକୁର
I।
***
- ହରିପ୍ରିୟା ବେରା
Comments
Post a Comment