ନଈ ପାଣି ନଈକୁ ଯାଆ …
ଏଇ କିଛିଦିନ ତଳେ ଜଣେ ବନ୍ଧୁଙ୍କ ଠାରୁ ମୋବାଇଲରେ
ମେସେଜଟିଏ ପାଇଲି ଯେଉଁଟି ହୃଦୟକୁ ଖୁବ ସ୍ପର୍ଶ କଲା I ଘଟଣାଟି ଏହିପରି – ଥରେ ଜଣେ ପର୍ଯ୍ୟଟକ ଏକ ସହରକୁ ବୁଲି ଆସିଥିଲେ I ସେ ଏକ ହୋଟେଲରେ ମାଲିକଙ୍କୁ ପାଞ୍ଚ ଶହ ଟଙ୍କା ଦେଇ ରୁମ୍ ପସନ୍ଦ କରିବାକୁ ଗଲେ I ପାଞ୍ଚ ଶହ ଟଙ୍କା ପାଇ ହୋଟେଲ ମାଲିକ
ତୁରନ୍ତ ଘିଅବାଲାର ବାକି ଭରଣା କରିବାକୁ ଲାଗିପଡିଲେ I ଘିଅବାଲା ପାଞ୍ଚ ଶହ ଟଙ୍କା ପାଇ ତୁରନ୍ତ କ୍ଷୀରବାଲା
ପାଖକୁ ଯାଇ ତାଙ୍କ ବାକି ଥିବା ପାଞ୍ଚ ଶହ ଟଙ୍କା ଚୁକ୍ତି କଲେ I ତତ୍ପରେ କ୍ଷୀରବାଲା – ଚାହାବାଲା ପାଖକୁ ଦୌଡିଲେ କରଜ ଶୁଝିବା ପାଇଁ I ଚାହାବାଲା ପୂର୍ବରୁ ହୋଟେଲରେ ଖାଇ ପାଞ୍ଚ ଶହ ଟଙ୍କା ବାକି ରଖିଥିଲେ, ଏବେ ସେ ସେଇଟିକୁ ଭରଣା କରିଦେଲେ I କିଛି ସମୟ ପରେ ପର୍ଯ୍ୟଟକ ଜଣକ ହୋଟେଲ
କାଉଣ୍ଟର ପାଖକୁ ଆସିଲେ ଓ ରୁମ୍ ପସନ୍ଦ ନ ହେବାରୁ ପୂର୍ବରୁ ଜିମା ଦେଇଥିବା ପାଞ୍ଚ ଶହ ଟଙ୍କା ନେଇ ଚାଲିଗଲେ I ନାଁ କେହି କାହାଠୁଁ କିଛି ନେଲେ, ନାଁ କେହି କାହାକୁ କିଛି ଦେଲେ ...
ହେଲେ ସମସ୍ତଙ୍କର ହିସାବ ଭରଣା ହୋଇଗଲା I ଆମ ଜୀବନଟା ଠିକ୍ ଏହିପରି I ଆମେମାନେ ବି କେବଳ ଆମର ଇଚ୍ଛା ଓ ଋଣର ପରିଶୋଧ କରିବାକୁ ଏଠାରେ ଅଛୁ I ଆମେ ଜୀବନଯାକ ମୋର ତୋର ସମ୍ପତ୍ତି ହେଉ ହେଉ କେତେବେଳେ
ଯେ ଆୟୁର ସମାପ୍ତି ଘଟିଯାଏ ତା’ର କିଛି ହିସାବ ରହେନି I ଖାଲି ହାତରେ ତ ସଂସାରକୁ ଆସିଛୁ, ପୁଣି ଦିନେ ଶୂନ୍ୟ ହସ୍ତରେ ସେଇ ପରମଧାମକୁ ହିଁ
ଫେରିବୁ I ପୁଣି ଆମ ଭିତରେ ଏତେ ଦ୍ଵନ୍ଦ ଓ ଅହଂକାରର ଛାପ କାହିଁକି
??? ମନେ ପଡିଯାଏ ସେଇ ପିଲାଦିନର କଥା I ସିଲଟରେ ଲେଖିବା ପୂର୍ବରୁ ପାଣିରେ ଧୋଇ ଦେଉଥିଲୁ ଆଉ
କହୁଥିଲୁ, “ନଈ ପାଣି ନଈକୁ ଯାଆ … ମୋ ସିଲଟ ଶୁଖି ଯାଆ ...” I ସତେ ତ !!! ଜଳର ଧର୍ମ ହେଲା ଉଚ୍ଚରୁ ନୀଚକୁ ବୋହିବା I ନଈରୁ ଆସିଥିବା ପାଣି କୌଣସି ନା କୌଣସି ମାଧ୍ୟମ ଦେଇ
ପୁଣି ଥରେ ସେଇଠିକୁ ପ୍ରତ୍ୟାବର୍ତନ କରିବ ହିଁ କରିବ I ତା’ହେଲେ ଆମେମାନେ କ’ଣ ସବୁ ବ୍ୟତିକ୍ରମ ??? ଜନ୍ମ ଠାରୁ ମୃତ୍ୟୁ
ପର୍ଯ୍ୟନ୍ତ ଆମେ କେବଳ ଅଜ୍ଞାନତାର ଫଳ ସ୍ୱରୂପ କାମନା, କ୍ରୋଧ, ଲୋଭ, ମୋହର ମାୟାଜାଲରେ ବଶବର୍ତ୍ତୀ ହୋଇ ଛନ୍ଦି ହୋଇଯାଉ I ଆବଶ୍ୟକତା ଠାରୁ ଅଧିକ ଯେ ଦୁଃଖର କାରଣ ଏକଥା
ବୁଝିବାକୁ ଅମଙ୍ଗ ହେଉ I
ସଂସାରର ସୁଖକୁ ଭୋଗ କଲାବେଳେ
ପରମାତ୍ମାଙ୍କ ସହ ଯୋଗ ହେବାରୁ ବଞ୍ଚିତ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଦୁଃଖ ଭୋଗ କରୁ I ହେଲେ ଏଇଠି ବୁଝିବାକୁ ପଡିବ ଯେ ସୁଖ ଯେପରି ଏକ ଭାବ, ଦୁଃଖ ମଧ୍ୟ ସେହିପରି ଏକ ଭାବ I ଆମେମାନେ ସର୍ବଦା ଦୁଃଖଭରା ଜୀବନକୁ ଦୁର୍ବିସହ ବୋଲି
ମନେ କରୁଥିବା ବେଳେ ସୁଖକର ଜୀବନକୁ ଶ୍ରେୟ ମଣିଥାନ୍ତି ଓ ନିଜର ସମସ୍ତ ଦୁଃଖର କାରଣ ଭଗବାନଙ୍କ
ଉପରେ ଲଦି ଦେଇଥାନ୍ତି I
ସେ ତ ସର୍ବମୟ କର୍ତ୍ତା, ଆମର ପରମପିତା ହୋଇ ପ୍ରଭୁ ଆମର ଅନିଷ୍ଟ କରିପାରିବେ କିପରି
? ଆମର ଦୁଃଖଭରା ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ
ଆମେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି ହେଲେ ବିଡମ୍ବନା ଏହିକି ଯେ, ଆମର ଚେତନାର ପରିବର୍ତ୍ତନ ନିମନ୍ତେ ଏସବୁ ପରିସ୍ଥିତି
ଆମମାନଙ୍କ ନିକଟରେ ଖଞ୍ଜି ଦିଆଯାଇଥାଏ I ଆମେମାନେ ଯଦି ଏଇ କଥାଟିକୁ ଗ୍ରହଣ ନ କରୁ ତା’ହେଲେ ଆଧ୍ୟାତ୍ମିକ
ପଥରେ ପାଦେ ବି ଅଗ୍ରସର ହୋଇ ପାରିବୁ ନାହିଁ I ଏ ସୃଷ୍ଟିର ସ୍ରଷ୍ଟା କେହି ଜଣେ ଅଛନ୍ତି ବୋଲି ଆମକୁ ଆକୁଣ୍ଠ ଚିତ୍ତରେ ମାନି ନେବାକୁ ପଡିବ
I ତା’ ନା ହେଲେ ଜୀବନ-ମରଣ
ଚକ୍ରରେ କେବଳ ଘୁରି ବୁଲିବା ହିଁ ସାର ହେବ I

Absolutely right....
ReplyDeletetrue ma'am🙏🙏...it's awsmmm👌👌
ReplyDelete