!! ଦୁର୍ଗା ସ୍ତୋତ୍ର !!
ମାତଃ
ଦୁର୍ଗେ ! ସିଂହବାହିନି ସର୍ବଶକ୍ତିଦାୟିନି ମାତଃ ଶିବପ୍ରିୟେ ! ତୋର ଶକ୍ତ୍ୟ˚ଶଜାତ ଆମ୍ଭେମାନେ
ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ, ପ୍ରାର୍ଥନା କରୁଛୁ ,-
ଶୁଣ, ମାତଃ, ଏହି ଭାରତବର୍ଷେ ପ୍ରକାଶ ହୁଅ II
ମାତଃ
ଦୁର୍ଗେ ! ଯୁଗେ ଯୁଗେ ମାନବଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋରହିଁ କାର୍ଯ୍ୟ କରି ତୋ
ଆନନ୍ଦଧାମରେ ଫେରିଯାଉ I ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେହିଁ
ଆମ୍ଭେମାନେ ବ୍ରତୀ, ଶୁଣ ମାତଃ, ଏହି
ଭାରତବର୍ଷେ, ସହାୟ ହୁଅ II
ମାତଃ
ଦୁର୍ଗେ ! ସିଂହବାହିନି, ତ୍ରିଶୂଳଧାରିଣି,
ବର୍ମ-ଆବୃତ-ସୁନ୍ଦର-ଶରୀରେ ମାତଃ ଜୟଦାୟିନି ! ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ I ଶୁଣ, ମାତଃ, ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ II
ମାତଃ
ଦୁର୍ଗେ ! ବଳଦାୟିନି, ପ୍ରେମଦାୟିନି,
ଜ୍ଞାନଦାୟିନି, ଶକ୍ତିସ୍ୱରୂପିଣି, ଭୀମେ, ସୌମ୍ୟ-ରୌଦ୍ର-ରୂପିଣି ! ଜୀବନ-ସଂଗ୍ରାମେ, ଭାରତ-ସଂଗ୍ରାମେ
ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ, ଦିଅ, ମା, ପ୍ରାଣେ, ମନେ ଅସୁରର ଶକ୍ତି,
ଅସୁରର ଉଦ୍ୟମ, ଦିଅ, ମା, ହୃଦୟରେ ବୁଦ୍ଧିରେ ଦେବଚରିତ୍ର, ଦେବଜ୍ଞାନ II
ମାତଃ
ଦୁର୍ଗେ ! ଜଗତ୍ ଶ୍ରେଷ୍ଠ ଭାରତଜାତି ନିବିଡ ତିମିରରେ ଆଚ୍ଛନ୍ନ ଥିଲା I ତୁହି ମାତଃ, ଗଗନପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ, ତୋର ସ୍ଵର୍ଗୀୟ ଶରୀରର ତିମିରବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା I ଆଲୋକ ବିସ୍ତାର କର, ମାତଃ, ତିମିର
ବିନାଶ କର II
ମାତଃ
ଦୁର୍ଗେ ! ଶ୍ୟାମଳା, ସର୍ବସୌନ୍ଦର୍ଯ୍ୟ-ଅଳ˚କୃତା, ଜ୍ଞାନ-ପ୍ରେମ-ଶକ୍ତିର ଆଧାର ଭାରତଭୂମି ତୋର ବିଭୂତି, ଆଜି
ପର୍ଯ୍ୟନ୍ତ ଶକ୍ତି ସ˚ହରଣରେ ଆତ୍ମଗୋପନ କରିଥିଲା I ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ଵର ଭାର ସ୍କନ୍ଧରେ
ବହନ କରି ଭାରତଜନନୀ ଉଠୁଅଛି I ଆସ, ମାତଃ, ପ୍ରକାଶ ହୁଅ II
ମାତଃ ଦୁର୍ଗେ ! ତୋର ସନ୍ତାନ ଆମ୍ଭେମାନେ,
ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ, ମହତ୍ ଭାବର ଉପଯୁକ୍ତ
ହେଉ I ହେ ମାତଃ ! ବିନାଶ କର କ୍ଷୁଦ୍ରତା,
ବିନାଶ କର ସ୍ଵାର୍ଥ, ବିନାଶ କର ଭୟ II
ମାତଃ
ଦୁର୍ଗେ ! କାଳୀରୂପିଣି, ନୃମୁଣ୍ଡମାଳିନି,
ଦିଗମ୍ବରେ, କୃପାଣପାଣିଦେବି, ଅସୁରବିନାଶିନି
! କ୍ରୂରନିନାଦରେ ଅନ୍ତଃସ୍ଥ ରିପୁ ବିନାଶ କର, ଗୋଟିଏ ବି ଯେପରି
ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନ ପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତଃ, ପ୍ରକାଶ ହୁଅ II
ମାତଃ ଦୁର୍ଗେ ! ସ୍ଵାର୍ଥ ଭୟ କ୍ଷୁଦ୍ରାଶୟତାରେ
ମ୍ରିୟମାଣ ଭାରତ I ଆମ୍ଭମାନଙ୍କୁ ମହତ୍ କର, ମହତ୍
ପ୍ରୟାସୀ କର, ଉଦାରଚେତା କର, ସତ୍ୟ ସ˚କଳ୍ପ
କର,ଯେପରି ଆଉ ଅଳ୍ପାଶୀ, ନିଶ୍ଚେଷ୍ଟ, ଅଳସ, ଭୟଭୀତ ନ ହେଉ II
ମାତଃ ଦୁର୍ଗେ ! ଯୋଗଶକ୍ତି ବିସ୍ତାର କର,
ଆମେହିଁ ତୋର ପ୍ରିୟ ଆର୍ଯ୍ୟ-ସନ୍ତାନ, ଆମ୍ଭମାନଙ୍କ ମଧ୍ୟରେ
ଲୁପ୍ତଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର I
ମାନବସହାୟେ ଦୁର୍ଗତିନାଶିନି ଜଗଦମ୍ବେ, ପ୍ରକାଶ ହୁଅ II
ମାତଃ ଦୁର୍ଗେ ! ଅନ୍ତଃସ୍ଥ ରିପୁ ସ˚ହାର କରି ବାହାରର
ବାଧାବିଘ୍ନ ନିର୍ମୂଳ କର I ବଳଶାଳୀ, ପରାକ୍ରମୀ, ଉନ୍ନତଚେତା ଆର୍ଯ୍ୟଜାତି ଭାରତର ପବିତ୍ର କାନନେ, ଉର୍ବର
କ୍ଷେତ୍ରେ,, ଗଗନ-ସହଚର ପର୍ବତ-ତଳେ,
ପୂତସଲିଳା ନଦୀତୀରେ ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ, ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ, ମାତୃଚରଣରେ ଏହାହିଁ ପ୍ରାର୍ଥନା, ପ୍ରକାଶ ହୁଅ II
ମାତଃ ଦୁର୍ଗେ ! ଆମ୍ଭମାନଙ୍କ ମଧ୍ୟରେ ଯୋଗବଳରେ କର I ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭବିନାଶୀ ତରବାରି, ଅଜ୍ଞାନ-ତିମିରବିନାଶୀ ପ୍ରଦୀପ, ଭାରତର ଯୁବକଗଣଙ୍କର ଏହି
ବାସନା ପୂର୍ଣ୍ଣ କର I ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭହନ୍ତ୍ରୀ ହୋଇ ତରବାରି ଘୂରାଅ,
ଜ୍ଞାନଦୀପ୍ତି-ପ୍ରକାଶିନୀ ହୋଇ ପ୍ରଦୀପ ଧର; ପ୍ରକାଶ ହୁଅ II
ମାତଃ ଦୁର୍ଗେ ! ତୋତେ ପାଇଲେ ଆଉ ବିସର୍ଜନ କରିବୁ
ନାହିଁ, ଶ୍ରଦ୍ଧା-ଭକ୍ତି-ପ୍ରେମର ଡୋରରେ ବାନ୍ଧି ରଖିବୁ I ଆସ ମାତଃ ! ଆମ୍ଭମାନଙ୍କ ମନ-ପ୍ରାଣ-ଶରୀରରେ ପ୍ରକାଶ ହୁଅ II
ବୀରମାର୍ଗପ୍ରଦର୍ଶିନି,
ଆସ ! ଆଉ ବିସର୍ଜନ କରିବୁ ନାହିଁ I ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ
ନିରବିଚ୍ଛିନ୍ନ ଦୁର୍ଗାପୁଜା, ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ
ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବାବ୍ରତ ହେଉ, ଏହାହିଁ ପ୍ରାର୍ଥନା, ମାତଃ, ଭାରତରେ ଆବିର୍ଭୂତ ହୁଅ,
ପ୍ରକାଶ ହୁଅ II
***
Comments
Post a Comment