ବିଭିନ୍ନ ଯୁଗରେ ଭାରତୀୟ ସମାଜ
ଭାରତୀୟ ସମାଜର ଅଜଣା ଅତୀତରେ ହରପ୍ପା ସଭ୍ୟତା, ସିନ୍ଧୁ ଉପତ୍ୟକା, ବେଦ ଓ ଉପନିଷେଦ ଆଦି ହଜାର ହଜାର ଓ ଲକ୍ଷ ଲକ୍ଷ ବର୍ଷ ପୁରୁଣା ହୋଇଥିଲେ ହେଁ ଏହା ଭାରତର ସଂସ୍କୃତି ଓ ପୁରାତନ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ଯୋଗାଇ ଥାଏ I ପ୍ରାକ୍ ଐତିହାସିକ ମନୁଷ୍ୟ କ୍ରମ ବିବର୍ତ୍ତନର ଧାରାରେ ବିଭିନ୍ନ ସୋପାନ ବା ସ୍ତର ମଧ୍ୟ ଦେଇ ବିକଶିତ ହୋଇଛି I ଏହି ଯୁଗଗୁଡିକ ହେଉଛି: ପ୍ରସ୍ତର ଯୁଗ, ତାମ୍ର ଯୁଗ, ଲୌହ ଯୁଗ,ବୈଦିକ ଯୁଗ,ମଧ୍ୟ ଯୁଗ, ଇଂରେଜ ରାଜତ୍ଵ ସମୟ ଓ ଆଧୁନିକ ଯୁଗ I
v ପ୍ରସ୍ତର ଯୁଗ:
·
ପୃଥିବୀ ପୃଷ୍ଠରେ ମାନବ ଜୀବନର ଆରମ୍ଭ ପ୍ରାୟ ୪୦ ଲକ୍ଷ ବର୍ଷ ପୂର୍ବେ
ହୋଇଥିବା ଅନୁମାନ କରାଯାଏ I
·
ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ମାଙ୍କଡ ଠାରୁ ମନୁଷ୍ୟର ବିକାଶ
ଆରମ୍ଭ ହୋଇଥିଲା I ସେମାନଙ୍କର ଆକାର ଓ ଗଠନ ଆଧୁନିକ ମନୁଷ୍ୟମାନଙ୍କ
ଠାରୁ ବହୁ ମାତ୍ରାରେ ଭିନ୍ନ ଥିଲା I
·
ପାଖାପାଖି ଛବିଶ ଲକ୍ଷ ବର୍ଷ ପୂର୍ବେ ମନୁଷ୍ୟ ସିଧା ହୋଇ ଠିଆ ହେଲେ ଓ
ଦୁଇ ଗୋଡରେ ଚାଲିବାକୁ ଆରମ୍ଭ କଲେ I ଦକ୍ଷିଣ ଓ ପୂର୍ବ ଆଫ୍ରିକାରେ ଏହି
ମନୁଷ୍ୟମାନଙ୍କର ପ୍ରଥମ ଉତ୍ପତ୍ତି ସ୍ଥଳ ଥିଲା I ସେମାନଙ୍କୁ
ଅଷ୍ଟ୍ରାଲେପିଥେସାଇନ୍ସ ନାମରେ ନାମିତ କରାଯାଇଛି I
·
ଆଦି ମାନବର ଜୀବାଶ୍ମ ନ ମିଳି ପାରିଲେ ମଧ୍ୟ ମହାରାଷ୍ଟ୍ରର ବୋରୀ
ଅଞ୍ଚଳରୁ ମିଳିଥିବା ମନୁଷ୍ୟ ନିର୍ମିତ ଦ୍ରବ୍ୟର ସନ୍ଧାନରୁ ତାହା ପ୍ରାୟ ଛଅ ଲକ୍ଷ ବର୍ଷ ତଳର
ବୋଲି ଜଣା ପଡିଛି I ଖ୍ରୀଷ୍ଟ
ପୂର୍ବ ପାଞ୍ଚ ଲକ୍ଷ ବର୍ଷ ପୂର୍ବେ ଭାରତରେ ସର୍ବପ୍ରଥମେ ମନୁଷ୍ୟର ଆବିର୍ଭାବ ଘଟିଥିଲା ବୋଲି
ତାମିଲନାଡୁରୁ କାଶ୍ମୀର ଓ ଗୁଜରାଟରୁ ଆସାମ ଅଞ୍ଚଳ ମଧ୍ୟରୁ ଆବିଷ୍କୃତ ହୋଇଥିବା ପୂର୍ବ
ଜନବସତିଗୁଡିକ ଧାରଣା ଦେଇଥାଏ I
·
ଅଷ୍ଟ୍ରାଲେପିଥେସାଇନ୍ସମାନଙ୍କ ଅଭ୍ୟୁଦୟ ପରେ ପ୍ରାୟ କୋଡିଏ ଲକ୍ଷ
ବର୍ଷ ପୂର୍ବେ ହେମୋହବିଲ ନାମକ ମନୁଷ୍ୟ ଜାତି ସୃଷ୍ଟି ହେଲେ I ଏମାନେ ପ୍ରଥମେ ପ୍ରସ୍ତର ନିର୍ମିତ ସରଞ୍ଜାମମାନ ବ୍ୟବହାର କରିଥିଲେ ଏବଂ ତାହା ଦ୍ଵାରା
ପ୍ରସ୍ତର ଯୁଗ ଆରମ୍ଭ ହେଲା ବୋଲି କୁହାଯାଏ I
·
ହେମୋହବିଲମାନଙ୍କ ପରେ ପରେ ହୋମୋଇରେକ୍ସ ନାମକ ମନୁଷ୍ୟ ଜାତି ସୃଷ୍ଟି
ହେଲେ ଓ ସେମାନେ ପ୍ରଥମେ ନିଆଁର ବ୍ୟବହାର କରିଥିଲେ I
·
ମନୁଷ୍ୟ କ୍ରମ ବିବର୍ତ୍ତନର ଧାରାର ପରିଶେଷରେ ହୋମୋସାପିଏନ୍ସମାନଙ୍କର
ଉତ୍ପତ୍ତି ହୋଇଥିଲା I ନିଏଣ୍ଡରଥାଲ୍ ମାନବ ହୋମୋସାପିଏନ୍ସମାନଙ୍କର ଏକ ବିଶିଷ୍ଟ ଉପଜାତି ଅଟନ୍ତି I
ଆଧୁନିକ ମନୁଷ୍ୟ ଏହାର ଅନ୍ୟ ଏକ ଉପଜାତି ଅଟନ୍ତି I
·
ପ୍ରସ୍ତର ସରଞ୍ଜାମ ଓ ସେ ସମୟର ଜଳବାୟୁକୁ ଭିତ୍ତି କରି ପ୍ରସ୍ତର
ଯୁଗକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା: ପୁରାତନ ପ୍ରସ୍ତର ଯୁଗ, ମଧ୍ୟ ପ୍ରସ୍ତର ଯୁଗ ଓ ନୂତନ ପ୍ରସ୍ତର ଯୁଗ I
Ø ପୁରାତନ ପ୍ରସ୍ତର ଯୁଗ:
·
ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟର ବିଭିନ୍ନ ହତାହତିଆର ପଥର,
କାଠ ଓ ହାଡରେ ନିର୍ମିତ ହୋଇଥିଲା I
·
ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟମାନେ ବାଘ,
ହାତୀ, ସିଂହ ଆଦି ବନ୍ୟଜନ୍ତୁଙ୍କ ଭୟରୁ ରକ୍ଷା ପାଇବା ପାଇଁ ଗୁମ୍ଫାରେ
ବସବାସ କରୁଥିଲେ I
·
କୃଷି କିମ୍ବା କୁମ୍ଭାର ଜ୍ଞାନ କୌଶଳ ନ ଥିବା କାରଣରୁ ପୁରାତନ
ପ୍ରସ୍ତର ଯୁଗରେ ମନୁଷ୍ୟମାନେ ଜଙ୍ଗଲରୁ ଶିକାର ଓ ଖାଦ୍ୟ ସଂଗ୍ରହ କରି ଜୀବନଯାପନ କରୁଥିଲେ I
·
ମଧ୍ୟ ପ୍ରଦେଶର ଭିମ୍ବେଟ୍କାର ପଥର ଉପରେ ଖୋଦିତ ହୋଇଥିବା ବିଭିନ୍ନ
ଚିତ୍ରରୁ ସେ ସମୟର ମନୁଷ୍ୟର ଜୀବନ ଶୈଳୀ ସମ୍ବନ୍ଧରେ ସୂଚନା ମିଳିଥାଏ I
·
ନିଆଁର ବ୍ୟବହାର ଜାଣି ନ ଥିବା କାରଣରୁ ପୁରାତନ ପ୍ରସ୍ତର ଯୁଗରେ
ମନୁଷ୍ୟମାନେ କଞ୍ଚା ମାଂସ ଖାଉଥିଲେ ଓ ଯାଯାବର ଜୀବନ ଅତିବାହିତ କରୁଥିଲେ I
·
ପୁରାତନ ପ୍ରସ୍ତର ଯୁଗର ଜଳବାୟୁ ଅତ୍ୟନ୍ତ ଶୀତଳ ହୋଇଥିବା କାରଣରୁ
ଏହାକୁ ତୁଷାର ଯୁଗ (Ice Age) ବୋଲି ମଧ୍ୟ
ଆଖ୍ୟା ଦିଆଯାଇଥାଏ I ଏହି ଯୁଗର ପରିସମାପ୍ତି ପ୍ରାୟ ପନ୍ଦର ହଜାର
ବର୍ଷ ପୂର୍ବେ ହୋଇଥିଲା I
Ø ମଧ୍ୟ ପ୍ରସ୍ତର ଯୁଗ:
·
ପୁରାତନ ପ୍ରସ୍ତର ଯୁଗର ପରବର୍ତ୍ତୀ ସମୟରେ ପୃଥିବୀ ପୃଷ୍ଠରେ
ଜଳବାୟୁର ବିଶେଷ ପରିବର୍ତ୍ତନ ଦେଖାଦେଲା ଓ ମଧ୍ୟ ପ୍ରସ୍ତର ଯୁଗର ଆରମ୍ଭ ହେଲା I ଜଳବାୟୁ ଉଷ୍ମ ଓ ଶୁଷ୍କ ହେବା କାରଣରୁ ଉଦ୍ଭିଦ ଓ ପ୍ରାଣୀଜଗତ ନିମନ୍ତେ ଅନୁକୂଳ
ପରିବେଶ ସୃଷ୍ଟି ହେଲା ଓ ମନୁଷ୍ୟକୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସମ୍ଭବପର ହୋଇପାରିଲା I
·
ମଧ୍ୟ ପ୍ରସ୍ତର ଯୁଗର ମନୁଷ୍ୟମାନେ କୃଷି ଓ ପଶୁପାଳନ କାର୍ଯ୍ୟ କରି
ନଦୀ କୂଳରେ ବସତି ସ୍ଥାପନ ଆରମ୍ଭ କଲେ I ମଧ୍ୟ ପ୍ରଦେଶର ଆଦାମଗଡ ଓ ରାଜସ୍ଥାନର ବାଗୋର
ଅଞ୍ଚଳରେ ଖ୍ରୀଷ୍ଟ ପୂର୍ବ ପାଞ୍ଚ ହଜାର ବର୍ଷ ପୂର୍ବେ ପଶୁପାଳନର ପ୍ରମାଣ ମିଳିଛି I
Ø ନୂତନ ପ୍ରସ୍ତର ଯୁଗ:
- ପ୍ରସ୍ତର ଯୁଗର ଶେଷ ଭାଗକୁ ନୂତନ ପ୍ରସ୍ତର ଯୁଗ କୁହାଯାଏ I ଏହି ସମୟରେ ଜଳବାୟୁ ଉଷ୍ମ ଓ ଆର୍ଦ୍ର ଥିଲା I ଏହି ସମୟରେ ମନୁଷ୍ୟ କୃଷି ଓ ପଶୁପାଳନ ଜ୍ଞାନ ଲାଭ କରିବା ସହ ସ୍ଥାୟୀ ଭାବରେ ବସବାସ କରିବା ଶିଖିଲେ I କାଠକୁ କାଠ ବା ପଥରକୁ ପଥର ସହ ଘସି ନିଆଁ ସୃଷ୍ଟି କରିବା ଶିଖିଲେ ଓ ମାଂସକୁ ପୋଡି ଖାଇବା ଶିଖିଲେ I
·
ନୂତନ ପ୍ରସ୍ତର ଯୁଗରେ ମନୁଷ୍ୟ ହାତରେ ବିଭିନ୍ନ ମାଟି ତିଆରି ଉପକରଣ
କରିବା ସହିତ ପଥରରେ ବିଭିନ୍ନ ପ୍ରକାର ସୁନ୍ଦର ଚିକ୍କଣିଆ ହତାହତିଆର ତିଆରି କଲେ I ପରବର୍ତ୍ତୀ ସମୟରେ ଚକର ବ୍ୟବହାର ଜାଣିଲେ I ସୂତାକଟା ଓ
ଲୁଗାବୁଣା ଆଦି କୌଶଳ ଶିଖଲେ I ଧନୁ ଓ ଶରର ବ୍ୟବହାର ଜାଣିଲେ I
· ଏହି ନୂତନ ପ୍ରସ୍ତର ଯୁଗ ମନୁଷ୍ୟର ଜୀବନ ଶୈଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣି ଯାଯାବର ଜୀବନକୁ ଏକ ସ୍ଥାୟୀ ଜୀବନଯାପନ କରିବା ପାଇଁ ପଥ ପ୍ରଶସ୍ତ କରିଥିଲା I





Comments
Post a Comment