ନଈ ପାଣି ନଈକୁ ଯାଆ … ଏ ଇ କିଛିଦିନ ତଳେ ଜଣେ ବନ୍ଧୁଙ୍କ ଠାରୁ ମୋବାଇଲରେ ମେସେଜଟିଏ ପାଇଲି ଯେଉଁଟି ହୃଦୟକୁ ଖୁବ ସ୍ପର୍ଶ କଲା I ଘଟଣାଟି ଏହିପରି – ଥରେ ଜଣେ ପର୍ଯ୍ୟଟକ ଏକ ସହରକୁ ବୁଲି ଆସିଥିଲେ I ସେ ଏକ ହୋଟେଲରେ ମାଲିକ ଙ୍କୁ ପାଞ୍ଚ ଶହ ଟଙ୍କା ଦେଇ ରୁ ମ୍ ପସନ୍ଦ କରିବାକୁ ଗଲେ I ପାଞ୍ଚ ଶହ ଟଙ୍କା ପାଇ ହୋଟେଲ ମାଲିକ ତୁରନ୍ତ ଘିଅବାଲାର ବାକି ଭରଣା କରିବାକୁ ଲାଗିପଡିଲେ I ଘିଅବାଲା ପାଞ୍ଚ ଶହ ଟଙ୍କା ପାଇ ତୁରନ୍ତ କ୍ଷୀରବାଲା ପାଖକୁ ଯାଇ ତାଙ୍କ ବାକି ଥିବା ପାଞ୍ଚ ଶହ ଟଙ୍କା ଚୁକ୍ତି କଲେ I ତତ୍ପରେ କ୍ଷୀରବାଲା – ଚାହାବାଲା ପାଖକୁ ଦୌଡିଲେ କରଜ ଶୁ ଝିବା ପାଇଁ I ଚାହାବାଲା ପୂର୍ବରୁ ହୋଟେଲରେ ଖାଇ ପାଞ୍ଚ ଶହ ଟଙ୍କା ବାକି ରଖିଥିଲେ , ଏବେ ସେ ସେଇଟିକୁ ଭରଣା କରିଦେଲେ I କିଛି ସମୟ ପରେ ପର୍ଯ୍ୟଟକ ଜଣକ ହୋଟେଲ କାଉଣ୍ଟର ପାଖକୁ ଆସିଲେ ଓ ରୁ ମ୍ ପସନ୍ଦ ନ ହେବାରୁ ପୂର୍ବରୁ ଜିମା ଦେଇଥିବା ପାଞ୍ଚ ଶହ ଟଙ୍କା ନେଇ ଚାଲିଗଲେ I ନାଁ କେହି କାହା ଠୁଁ କିଛି ନେଲେ , ନାଁ କେହି କାହାକୁ କିଛି ଦେଲେ ... ହେଲେ ସମସ୍ତଙ୍କର ହିସାବ ଭରଣା ହୋଇଗଲା I ଆମ ଜୀବନଟା ଠିକ୍ ଏହିପରି I ଆମେମାନେ ବି କେବଳ ଆମର ଇଚ୍ଛା ଓ ଋଣର ପରିଶୋଧ କରିବାକୁ ଏଠାରେ ଅଛୁ I ଆମେ ଜୀବନଯାକ ମୋର ତୋର ସମ୍ପତ୍ତି ହେଉ ହେଉ କେତେବେଳେ ଯେ ଆୟୁର ସମାପ୍ତି ଘଟିଯାଏ ତା ’ ର କିଛି ହ...