Skip to main content

Posts

କ୍ୟାଲେଣ୍ଡରର ଇତିହାସ

  ଖ୍ରୀଷ୍ଟଙ୍କ ଜନ୍ମର ୪୫ ବର୍ଷ ପୂର୍ବରୁ ରୋମର ସମ୍ରାଟ ଜୁଲିୟସ୍ ସିଜର ପ୍ରଥମେ କ୍ୟାଲେଣ୍ଡର ପ୍ରବର୍ତ୍ତନ କରିଥିଲେ | ଚାଙ୍କ ନାମ ଅନୁସାରେ ଏହି କ୍ୟାଲେଣ୍ଡରର ନାମ ଜୁଲିୟାସ କ୍ୟାଲେଣ୍ଡର ରଖାଗଲା | ଏହି କ୍ୟାଲେଣ୍ଡରରେ ୩୬୫ ଦିନର ହିସାବ ଥିଲା | ସୂର୍ଯ୍ୟର ଚାରିପଟେ ଥରେ ପ୍ରଦିକ୍ଷଣ କରିବାକୁ ପୃଥିବୀକୁ ୩୬୫ ଦିନ ୫ ଘଣ୍ଟା ୪୮ ମିନିଟ ୪୮ ସେକେଣ୍ଡ ସମୟ ଲାଗେ | ତେଣୁ ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ବଢ଼ିଯାଏ | ପରେ ସିଜର୍ ଏହି ଭୁଲକୁ ସଂଶୋଧନ କରାଇଥିଲେ | ପ୍ରତି ଚାରି ବର୍ଷରେ ଫେବୃୟାରୀ ମାସରେ ଗୋଟିଏ ଦିନ ବଢ଼ାଇ ଦିଆଯିବା କାରଣରୁ ସେହି ବର୍ଷର ଫେବୃୟାରୀ ମାସ ୨୮ ଦିନ ନ ହୋଇ ୨୯ ଦିନ ହୋଇଥାଏ |

!! ମୋହାଚ୍ଛନ୍ନ ମନ !!

                           !! ମୋହାଚ୍ଛନ୍ନ ମନ !! ରାକ୍ଷୀ ଉଦ୍ଦେଶ୍ୟରେ କଥା ହେବା ପାଇଁ ବନ୍ଧୁକୁ ଫୋ ନ୍  କରିଥିଲି I ଅଳ୍ପ ଟିକିଏ କଥା ହୋଇଛି କି ନାହିଁ ସେ ମୋତେ କହିଲା , “ମୁଁ ବହୁତ ମାନସିକ ଚାପରେ ଅଛି , ତୁ ଶୁଣିଲେ ତୋ ପାଦ ତଳୁ ମାଟି ଖସିଯିବ I ”  ମୁଁ ଘଟଣାଟିକୁ ପୁଙ୍ଖାନୁପୁଙ୍ଖ ଜାଣିବାକୁ ଚାହିଁବାରୁ ସେ କହିଲା ଯେ , ତା ’ ର ଗୋଟିଏ ବୋଲି ଝିଆରୀ ଘର ଛାଡି କାହା ସାଙ୍ଗରେ ପଳାଇଛି I କାଲି ରାକ୍ଷୀ ଥିଲା , ସକାଳେ ସେ ଗାଧୋଇ ପାଧୋଇ ତା ’ ଭାଇକୁ ରାକ୍ଷୀ ବାନ୍ଧିଲା , ଆଉ ତା ’ ପରେ ମନ୍ଦିରକୁ ଯାଉଛି କହି ଚାଲିଗଲା ଯେ ଆଉ ଫେରିଲାନି I ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକେ ବ୍ୟସ୍ତ ହୋଇ ଫୋନ୍ କଲେ , ତାହା ସୁଇଚ୍ ଅଫ୍ ଆସିଲା I ସନ୍ଧ୍ୟା ବେଳକୁ ଫୋନ୍ ଅନ୍ କରି ନିଜଆଡୁ କହିଲା ଯେ ତା ’ ର ବାହାଘର ହୋଇସାରିଛି I ମୁଁ ମୋର ବନ୍ଧୁକୁ ଝିଅର ବୟସ ପଚାରିବାରୁ ୨୩ ବର୍ଷ ବୋଲି ଜାଣିବାକୁ ପାଇଲି ଓ କହିଲି – ତୁମେମାନେ ବ୍ୟସ୍ତ କ ’ ଣ ପାଇଁ ହେଉଛ , ସେ ତା ହିସାବରେ ନିଜ ଖୁସିରେ ବିଭା ହୋଇଛି I ଝିଅଟି କାଳେ ଗ୍ରାଜୁଏସନ କରି ବେଙ୍କିଙ୍ଗ ପାଇଁ କୋଚିଂ ନେଉଥିଲା I ତା ’ ହେଲେ ତ ନିଶ୍ଚେ ଭଲ ଜୀବନ ସାଥୀଟେ ଖୋଜିବାରେ ଭୁଲ କରି ନ ଥିବ I ହୋଇପାରେ ସେ ପିଲାଟି ତୁମଠୁଁ ଜାତିରେ ଛୋଟ ଅବା ସରକାର...

ଜଣେ ଲୋକର କେତେ ଜମି ଲୋଡ଼ା

         ଜଣେ ଲୋକର କେତେ ଜମି ଲୋଡା ? ଗୋଟିଏ ଗାଆଁରେ ଦୁଇ ଜଣ ଭଉଣୀ ଥାଆନ୍ତି I ବଡ ଭଉଣୀଟି ଜଣେ ଧନୀ ମହାଜନଙ୍କୁ ବିବାହ କରିଥାନ୍ତି ଓ ସାନ ଭଉଣୀ ପାହୋମ ନାମକ ଜଣେ ସାଧାରଣ ଚାଷୀଙ୍କୁ ବିବାହ କରିଥାଏ I ଦିନେ ବଡ ଭଉଣୀ ତାଙ୍କ ସାନ ଭଉଣୀ ଘରକୁ ବୁଲିବାକୁ ଆସିଲେ I ଧନୀ ଘରର ହୋଇଥିବାରୁ କେତେ ବଡ଼ ବଡ଼ କଥା ଗପିଚାଲିଲେ ହେଲେ ସାନ ଭଉଣୀ ନିଜ ସ୍ଥିତିରେ ଠିକ୍ ଅଛି ବୋଲି କହିଲା I ବଡ ଭଉଣୀ କହିଲେ , ଧନ ନ ଥିଲେ ସୁଖରେ ଚଳିବୁ କେମିତି ? ସାନ ଭଉଣୀ ଉତ୍ତର ଦେଲା  – “ଧନ ଥିଲେ କାଳେ କିଏ ନେଇଯିବାର ଚିନ୍ତା ସବୁବେଳେ ଲାଗି ରହିଥାଏ I ଆମ ଭଳି ସାଧାରଣ ଲୋକର ସେ ଚିନ୍ତା ନାହିଁ  I ଆମେ ବହୁତ ଭଲରେ ଅଛୁ” I ଦୂରରେ ଥାଇ ପାହୋମ ସବୁକଥା ଶୁଣୁଥିଲା I ଭାବିଲା , ସତ କଥା I ଆମ ଚାଷୀଙ୍କର ଲୋଭ ନାହିଁ , ଖଟିଲୁ , ଖାଇଲୁ I ଖାଲି ଏତିକି ଯେ ଆମକୁ ଯେତିକି ଜମି ଦରକାର ସେତିକି ଥିଲେ ହେଲା I                 ପାହୋମ ମନକୁ ମନ ପୁଣି କହିହେଲା , ମୋର ଯଦି ଅଧିକ ଜମି ହୋଇଯିବ ତା ’ ହେଲେ ସ୍ଵୟଂ ସଇତାନ ଆସିଲେ ବି ମୋର କିଛି କ୍ଷତି କରିପାରିବନି I ସଇତାନଟିଏ ପାଖରେ ଥାଇ ସବୁକଥା ଶୁଣୁଥିଲା I ପାହୋମର ନିର୍ଲୋଭତା ପରୀକ୍ଷା କରିବା ପାଇଁ ସେ ଚେଷ୍ଟା କଲା I      ...

Footprints of God